ଆଜିଠୁ ଚାଷୀଙ୍କ ପୁଣି ଦିଲ୍ଲୀ ଚଲୋ ଅଭିଯାନ । ଦିନ ଗୋଟାଏରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ । ଟ୍ରାକ୍ଟର ନୁହେଁ, ପାଦରେ ଚାଲିଚାଲି ଯିବାକୁ ଯୋଜନା କରିଛନ୍ତି ଚାଷୀ । ପାର୍ଲ୍ୟାମେଣ୍ଟ ଅଭିମୁଖେ ବାହାରିବେ ଚାଷୀ । ପ୍ରାୟ ୧୦୦ ଜଣ କୃଷକ ନେତା ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିବେ । ଏମଏସପିକୁ ଆଇନଗତ ମାନ୍ୟତା ସମେତ ଅନ୍ୟନ୍ୟ ଦାବିରେ ଗତ ୮ ମାସ ହେଲା ଦିଲ୍ଲୀ ସୀମାର ଡେରା ମାରିଛନ୍ତି ଚାଷୀ ।ଅନ୍ୟପଟେ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ ପାଇଁ ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ । ସୀମାରେ ଚାଷୀଙ୍କୁ ଅଟକାଇବାକୁ ବ୍ୟାରିକେଡ୍ ଲଗାଯାଇଛି । ଚାଷୀ ମାନେ ନିଜ ନିଜର ସମସ୍ୟା ନେଇ ସରକାରଙ୍କ ପାଖକୁ ଦାବି ଜଣାଇବାକୁ ଯାଉଥିବା ବେଳେ କାହିଁକି ଆମକୁ ଅଟକାଇବାକୁ ଏତେ ସୁରକ୍ଷାବଳ ନିୟୋଜିତ କରାଯାଉଛି ବୋଲି ଚାଷୀ ନେତା ମାନେ ପ୍ରଶ୍ନ କରିଛନ୍ତି । ସେପଟେ କୌଣସି ବି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲେ ଏହାକୁ ନିୟନ୍ତ୍ରଣ କରାଯିବ ବୋଲି ସୁରକ୍ଷାବଳ ପକ୍ଷରୁ କୁହାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now