ଯାଜପୁର-କେନ୍ଦୁଝର ଷ୍ଟେସନରେ ମୃତ ଶ୍ରମିକଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ,ପରିବାରରୁ ଜଣକୁ ନିଯୁକ୍ତି ପାଇଁ ଦାବୀ

Spread the love

ଭୁବନେଶ୍ୱର : ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେସନଠାରେ ରେଳବାଇ କାର୍ଯ୍ୟରେ କର୍ତବ୍ୟରତ ୬ ଜଣ ଶ୍ରମିକ ଟ୍ରେନର ବଗି ତଳେ କଟି ମୃତ୍ୟୁବରଣ କରିବା ଭଳି ମର୍ମନ୍ତୁଦ ଘଟଣାରେ ସିପିଆଇ(ଏମ୍) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଯାଜପୁର-କେନ୍ଦୁଝର ଷ୍ଟେସନରେ ମୃତ ଶ୍ରମିକମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ , ପରିବାର ଜଣଙ୍କୁ ନିଯୁକ୍ତି, ଆହତ ଶ୍ରମିକ ମାନଙ୍କୁ ଉନ୍ନତ ମାଗଣା ଚିକିତ୍ସା ସହ ପର୍ଯ୍ୟାପ୍ତ କ୍ଷତିପୂରଣ ପାଇଁ ସିପିଆଇ(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି ।

ଏ ସମ୍ପର୍କରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏକ ବିବୃତିରେ କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ମୋଦି ଏବଂ ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆତ୍ମ ପ୍ରଚାର ଓ ଭିନ୍ନ ଭିନ୍ନ ନାମରେ ଦ୍ରୁତଗାମୀ ରେଳ ଚଳାଇ ବାହାବା ନେବାରେ ବ୍ୟସ୍ତ । ରେଳ ନିରାପତା, ରକ୍ଷଣାବେକ୍ଷଣକୁ ସମ୍ପୁର୍ଣ୍ଣ ଅଣଦେଖା କରି ସାଧାରଣ ଲୋକଙ୍କ ଧନ ଜୀବନକୁ ବେଖାତିର କରୁଛନ୍ତି । ରେଳବାଇରେ ଖାଲିଥିବା ୩ ଲକ୍ଷରୁ ଉର୍ଦ୍ଧ୍ୱ ପଦବୀ ପୂରଣ ପାଇଁ ନିଯୁକ୍ତି ଦେବା ପରିବର୍ତ୍ତେ ଘରୋଇ କଣ୍ଟ୍ରାକ୍ଟର ହାତରେ ଟେକି ଦିଆଯାଇଛି । ରେଳମନ୍ତ୍ରୀ ନିଜ ବିଭାଗର ଅପରାଗତା ପାଇଁ ଶହ ଶହ ଲୋକଙ୍କ ଜୀବନ ଯାଉଥିବାବେଳେ, ମନ୍ତ୍ରୀ ଭାବେ ନିଜ ନେତୃତ୍ୱର ଅବହେଳା ପାଇଁ ପଦତ୍ୟାଗ କରିବା ପରିବର୍ତ୍ତେ ସିନେମା ହିରୋ ବୋଲି ଭିଡିଓ ଉତ୍ତୋଳନ ଓ ଫଟୋ ଉଠାଇ ପ୍ରଚାରରେ ମାତିଛନ୍ତି । ଏହା ଏକ ଅପରାଧିକ ଅବହେଳା । ଗତକାଲି ଦୁର୍ଘଟଣା ପରେ ସି.ପି.ଆଇ.(ଏମ୍) ଯାଜପୁର ଜିଲ୍ଲା କମିଟିର ଏକ ପ୍ରତିନିଧିମଣ୍ଡଳୀ ସାଥୀ ପ୍ରଫୁଲ୍ଲ ନାୟକ, ଲାଲମଣି ମୁଣ୍ଡା ପ୍ରମୁଖ ଦୁର୍ଘଟଣା ସ୍ଥଳ ଗସ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *