ବରଗଡ଼ ଜିଲ୍ଲାରେ ଧିମେଇ ଯାଇଛି ଧାନ କିଣା ବିକା ପ୍ରକ୍ରିୟା। ନଭେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଛି ଧାନ କିଣା ବିକା ପ୍ରକ୍ରିୟା l ଏହାରି ଭିତରେ ଆଜିକୁ ଏକ ମାସ ବିତିଛି l ହେଲେ ଏବେ ମେଘୁଆ ପାଗ ଚାଷୀଙ୍କ ଚିନ୍ତା ବଢ଼ାଇଛି l ଲଘୁଚାପ ବର୍ଷlକୁ ନେଇ ଛାନିଆ ଚାଷୀ l ଆଉ ଏଇଥି ପାଇଁ ରାସ୍ତାରେ ସୁଖାଇଥିବା ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ତତ୍ପର ହୋଇଛନ୍ତି ଚାଷୀକୁଳ l ଏହା ହେଉଛି ବରଗଡ଼ ବରପାଲି ରାସ୍ତାର ଉଭୟ ପାର୍ଶ୍ବରେ ପଡ଼ିରହିଛି ଗଦାଗଦା ଧାନ l ଚାଷୀଙ୍କ ଟୋକନ ବିଳମ୍ବରେ ଆସୁଥିବାରୁ ଧାନ ମଣ୍ଡିକୁ ନେଇପାରୁନାହାନ୍ତି l କାରଣ ବିନା ଟୋକନରେ ଏଥର ଧାନ ମଣ୍ଡିକୁ ନେଇ ପାରିବେନି ଚାଷୀ l
ଅନ୍ୟପଟେ ଏଥର MSP ୨୩ଶହ ଟଙ୍କା ସହ ୮ଶହ ଇନପୁଟ ସବସିଡି ପାଇବାକୁ ହେଲେ FAQ ଧାନ ଆଣିବାକୁ ପଡ଼ିବ l ଆଉ ଏଇଥି ପାଇଁ ରାଜରାସ୍ତାରେ ଅମଳ ଧାନକୁ ଭଲରେ ସୁଖାଉଛି ଚାଷୀ l ଏବେ ଯଦି ବର୍ଷା ହୁଏ ଆଉ ଧାନ ଓଦା ହୋଇଯିବ ତାହେଲେ ମିଲରଙ୍କ ମନମାନୀ ସହ କଟନୀ ଛଟନୀ କରିବେ ବୋଲି ଚାଷୀ କହିଛନ୍ତି l ଏହାସହ ସରକାର ଟୋକନ ସମସ୍ୟା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି l
Naxatra News is now on Whatsapp
Join and get latest news update delivered to you via whatsapp
Join Now