ମିଳିତ ଅମଲା ମଂଚ ଆନ୍ଦୋଳନ ଆରମ୍ଭ

Spread the love

ଜୟପୁର : ଆଜି ଜୟପୁର ଉପଖଣ୍ଡର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ ଅମଲା ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସରକାର ଅମଲା ମାନଙ୍କ ଏକମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ଯୋଗୁଁ ୩୫ ଗୋଟି ବିଭାଗର ସମସ୍ତ ଅମଲା ମାନେ ସମୁହ ଛୁଟି ଦରଖାସ୍ତ ପ୍ରଦାନ କରିବା ସହିତ ଜୁନ ୧ ତାରିଖ ଠାରୁ ସମୁହ ଛୁଟିରେ ରହିଥିବା ସଂଘ ପକ୍ଷରୁ ସୂଚନା ମିଳିଛି । ଶଶିଭୂଷଣ ଦାଶ ସଭାପତି ମିଳିତ ଅମଲା ମଂଚ କୋରାପୁଟ ଜିଲ୍ଲା ଶାଖାଙ୍କ ଆହ୍ୱାନ କ୍ରମେ ଜୟପୁର ଉପଖଣ୍ଡରେ କାର୍ଯ୍ୟରତ କୋଷାଧ୍ୟକ୍ଷ ବିଭାଗ, ଉପ ନିବନ୍ଧକ ବିଭାଗ, ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜଙ୍ଗଲ ବିଭାଗ, ଜଳସେଚନ ବିଭାଗ ସମେତ ୩୫ଟି ବିଭାଗର ଅମଲା ମାନେ ଜୟନଗର ସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ସେଠାରେ ଶାନ୍ତିପୁର୍ଣ୍ଣ ଧାରଣା ଦେଇଛନ୍ତି । ଜୟପୁର ଉପଖଣ୍ଡ ଅନ୍ତର୍ଗତ ବୈପାରିଗୁଡା, କୁନ୍ଦୁରା, କୋଟପାଡ଼, ବୋରିଗୁମ୍ମା ସମେତ ଜୟପୁରର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଅମଲା ମାନେ ଏଥିରେ ଯୋଗଦାନ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ସରକାର ଯେପର୍ଯ୍ୟନ୍ତ ଦାବି ପୁରଣ ନ କରନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଜଣାପଡିଛି । ଅମଲା ମାନେ ସମୁହ ଛୁଟିରେ ରହିବା ଦ୍ୱାରା ସରକାରୀ କାର୍ଯ୍ୟରେ ବାଧା ଉପୁଜିବା ସହିତ ଜନସାଧାରଣ ମଧ୍ୟ ଅସୁବିଧାର ଶିକାର ହେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *