ମାଟେରୁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରୀ ଠିକ ଭାବେ ଆସୁ ନଥିବା ଅଭିଯୋଗ

ମାଲକାନଗିରି : ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ସ୍ଵାସ୍ଥ୍ୟସେବା କ୍ଷେତ୍ରର ବିକାଶ ଓ ଘରେ ଘରେ ସ୍ଵାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ଥାପନ କରିଛନ୍ତି। ଏହି ସ୍ଵାସ୍ଥ୍ୟକେନ୍ଦ୍ରରେ ଜଣେ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି, ଦୁର୍ଭାଗ୍ୟବଶତଃ ପଡିଆ ବ୍ଳକ ମାଟେରୁ ପଞ୍ଚାୟତରେ ସ୍ଵାସ୍ଥ୍ୟକେନ୍ଦ୍ର ଅଛି, କିନ୍ତୁ ସ୍ଵାସ୍ଥ୍ୟ ଅଧିକାରୀ ଆସୁନଥିବାର ଅଭିଯୋଗ ଆସିଛି।

ଲୋକଙ୍କ କହିବା କଥା, କେନ୍ଦ୍ରରେ ପିଅନ ଯାଇ ଝାଡୁ ମାରି ଆସିବା ପରେ ଆମେ ଆଉ କାହାକୁ ବି ଦେଖୁନୁ। ଦିଦି କେବେ ଆସୁଛନ୍ତି କେବେ ନାହିଁ କିନ୍ତୁ ପ୍ରାୟ ତାଲା ଝୁଲି ରହୁଥିବା କଥା ବି ଲୋକେ କହୁଛନ୍ତି। ଫଳରେ ସ୍ଥାନୀୟ ଲୋକ ଠିକ ଭାବେ ସ୍ଵାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *