ଓଡ଼ିଶାଖାଦ୍ୟ

ବଢ଼ିଲା ରସଗୋଲା ଦର

ଭୁବନେଶ୍ୱର : ବଢିଛି ରସଗୋଲା ଦର । ନୂଆ ରେଟରେ ମିଳିବ ରସଗୋଲା ଏବଂ ଛେନାପୋଡ଼ । ଆସନ୍ତାକାଲିଠାରୁ ବର୍ଦ୍ଧିତ ଦର ଲାଗୁହେବ । ଆସନ୍ତା କାଲି ଠାରୁ ୫ ଟଙ୍କିଆ ମିଠା ଦର ବୃଦ୍ଧି ପାଇ ୬ ଟଙ୍କା ହେବ । ସେହିପରି ୧୦ ଟଙ୍କା ମିଠା ୧୨ ଟଙ୍କାରେ, ୨୦ ଟଙ୍କା ମିଠା ୨୫ ଟଙ୍କାରେ, ଛେନାଗଜା କେଜି ପ୍ରତି ୨୨୦ ଟଙ୍କା ଓ ଛେନାପୋଡ଼ ୨୮୦ ଟଙ୍କାରେ ବିକ୍ରି କରାଯିବ । ଏହାସହ  କାଲିଠାରୁ  ପାହାଳ ରସଗୋଲା ଦୋକାନ ଖୋଲିବ । ସୂଚନାଯୋଗ୍ୟ ଯେ ଛେନା ଦର ବୃଦ୍ଧିକୁ ନେଇ ପାହାଳ ବଜାର ୩ ଦିନ ଧରି  ବନ୍ଦ ରହିଥିଲା ।

Leave a Reply

Your email address will not be published.

Back to top button