ରାୟଗଡ଼ା ଜିଲ୍ଲା ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଡ଼ୁଥିବା ଜଣେ ଛାତ୍ର ବେକରେ ଗାମୁଛା ଲଗାଇ ଆତ୍ମହତ୍ଯା କରିଥିବା ଜଣା ପଡିଛି। ମୃତ ଛାତ୍ର ଜଣକ ନାମ ସନ୍ଧିପ ଲେଙ୍କା ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣା ପଡିଛି l ମୃତ ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସ ବିଭାଗର ଶେଷ ବର୍ଷର ଛାତ୍ର ଥିଲେ l ମିଳିଥିବା ସୂଚନା ଅନୁସାରେ ସକାଳେ ସଫେଇ କର୍ମଚାରୀ ଛାତ୍ରଙ୍କ ରୁମ ସଫା କରିବାକୁ ଯିବା ସମୟରେ ରୁମ ଟି ଭିତରୁ ପଟୁ ବନ୍ଦ ଥିଲା ବାରମ୍ବାର କବାଟ ମାରିବା ସତ୍ୱେ କୌଣସି ଉତ୍ତର ନ ମିଳିବାରୁ ସହ ପାଠୀ ଛାତ୍ରଙ୍କ ସହାୟତାରେ କବାଟ ଭଙ୍ଗା ଯିବା ପରେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ l ତେବେ ଛାତ୍ର ଜଣକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣା ପଡିଛି କାହିଁକି ଛାତ୍ର ଜଣକ ଆତ୍ମ ହତ୍ୟା କଲେ ତାହା ଅସ୍ଵଷ୍ଟ ରହୁଛି। ଘଟଣା ସ୍ଥଳରେ ଗୁଣୁପୁର ପୋଲିସ ଘଟଣା ପହଞ୍ଚି ମୃତ ଛାତ୍ରର ମୋବାଇଲ ଜବତ କରିବା ସହ ସେଠାକାର ସ୍ଥିତି ଅନୁଧ୍ୟାନ କରି ଅଧିକ ତଦନ୍ତ ପାଇଁ ରାୟଗଡା ସାଇଣ୍ଟିଫିକ ଟିମର ସହାୟତା ଲୋଡ଼ିଛି l

Naxatra News is now on Whatsapp
Join and get latest news update delivered to you via whatsapp
Join Now