ଓଡ଼ିଶାରାଜନୀତି

କ୍ରାଇମବ୍ରାଂଚ ଚାର୍ଜସିଟ ପ୍ରସଙ୍ଗ, ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମନଗଢ଼ା : ବିଜେଡି

ଭୁବନେଶ୍ୱର :  ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଂଚ ଚାର୍ଜସିଟକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମନଗଢ଼ା । ତାକୁ ଲୋକେ ଗ୍ରହଣ କରୁ ନାହାନ୍ତି ବୋଲି କହିଛନ୍ତି ଦଳର ବରିଷ୍ଠ ବିଧାୟକ ପ୍ରଫୁଲ ସାମଲ ।

ସେ କହିଛନ୍ତି ମହାତ୍ମା ଗାନ୍ଧୀ ଙ୍କ ଠୁ ନେଇ କେନେଡ଼ିଙ୍କ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଗୁଳି ହୋଇଛି । ଜଣେ ଯଦି ଜଣଙ୍କୁ ମାରିବାକୁ ଚାହିଁବ ତାର ଦୋଷ କଣ ମୁଖ୍ୟମନ୍ତ୍ରୀ ଓ ସରକାର ଉପରେ ପଡିବ । ଆପଣ କହି ପାରନ୍ତି ଗୁଇନ୍ଦା ଫେଲ କରିଗଲା । ସେଥିପାଇଁ ତ ତଦନ୍ତ ଚାଲିଛି । ହାଇକୋର୍ଟ ଠୁ ନେଇ କ୍ରାଇମବ୍ରାଂଚ ପର୍ଯ୍ୟନ୍ତ ଯେତେ ଯାହା ହେବା କଥା ସବୁ କିଛି ଚାଲିଛି । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ । ଦୋଷୀ କେବେ ବି ଖସି ଯିବାର ନାହିଁ । ନବୀନ ପଟ୍ଟନାୟକ ଏଭଳି ବ୍ୟକ୍ତି ନିଜ ଭାଇ ପୁଅ କି ନିଜ ଦଳର ନେତା ମନ୍ତ୍ରୀଙ୍କୁ ବି ଛାଡିବେନି । ଯଦି କୌଣସି ଭ୍ରଷ୍ଟାଚାର ଦୁର୍ନୀତି କି ଆଇନ ବିରୋଧୀ କାର୍ଯ୍ୟ କିଏ କରୁଥିବ ତାକୁ ମୁଖ୍ୟମନ୍ତ୍ରୀ ଛାଡିବେ ନାହିଁ । ତାଙ୍କ ପାଖରେ ସମସ୍ତେ ସମାନ ।

ଉଦାହରଣ ଦେଇ ସେ କହିଛନ୍ତି ରାଜୀବ ଗାନ୍ଧୀ ଏଇପରି ଏକ ଦୁଃଖନୀୟ ପରିସ୍ଥିତି ରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ କେସ କଣ ହେଲା କେତେ ଦିନ ପର୍ଯ୍ୟନ୍ତ ଚାଲିଛି । କେସ୍ ଟାକୁ ନେଇ କଣ ନବୀନ ବାବୁ ହାଇକୋର୍ଟରେ ବସି କି କହିବେ କେସ କୁ ଶୀଘ୍ର ସାର ବୋଲି । ଯାହାକୁ ଦାୟିତ୍ୱ ଦିଆଗଲା ତାର ଦାୟିତ୍ୱ ହେଉଛି କିଭଳି ସେ କରିବ । ତା ନ ହେଲେ ପୁଣି ତ ବିରୋଧୀ ମାନେ କହିବେ ଏ ମାନେ ଇଂଟର ଫେୟାର କଲେ । ନବୀନ ବାବୁ କୌଣସି କାର୍ଯ୍ୟରେ ଇଟରଫେୟାର କରନ୍ତି ନାହିଁ ।ଆଇନ ତା ବାଟରେ ଯିବ । ନିଜ ଲୋକ ହେଉ କି ପର ଲୋକ ହେଉ କିମ୍ବା ବାହାର ଲୋକ ହେଉ ଯିଏ ଦୋଷ କରିଛି ସେ ଦଣ୍ଡ ଭୋଗିବ ।

Leave a Reply

Your email address will not be published.

Back to top button