Kendujhar

ମାଲବାହି ଟ୍ରେନ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ, ଛୁଆ ହାତୀ ଗୁରୁତର

କେନ୍ଦୁଝର : ମାଲବାହି ଟ୍ରେନ ଧକ୍କାରେ ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଛୁଆ ହାତୀ ଗୁରୁତର ହୋଇଛି । ଗତକାଲି ରାତି ଆଠଟା ସମୟରେ ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା ଶଗଡ଼ପଟା ଓ ଟାଙ୍ଗିରିଆପାଳ ରେଳ ଷ୍ଟେସନ ମଝିରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଆନନ୍ଦପୁର ଡିଏଫଓ ଅଭୟ କୁମାର ଦଳେଇ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ରେଳ ବିଭାଗର କୈାଣସି ଅଧିକାରୀ ସେଠାରେ ପହଂଚି ନଥିବା ଜଣାପଡିଛି । ହାତୀ ପଲ ରେଳ ଲାଇନ ପାର୍ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

Related Articles

Leave a Reply

Your email address will not be published.

Back to top button