ରାଜନୀତି

ବଙ୍ଗଳାରେ  ଗଣତନ୍ତ୍ର ନାମରେ କିଛି ଜିନିଷ ନାହିଁ  – ଜେପି ନଡ୍ଡା

ନୁଆଦିଲ୍ଲୀ : ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡ୍ଡା ଶୁକ୍ରବାରଦିନ ଡମୋକ୍ରେସି ଇନ୍ କୋମା ସାଇଲେଁସ୍‌ଡ ବାଁଇସ୍ ଅଫ ବୁମନ ବିକ୍ଟିମ୍ସ ଏନ୍ ବଙ୍ଗାଲ ପୁସ୍ତକର ଉନ୍ମୋଚନ କରିଛନ୍ତି ।  ଏହି ଅବସରରେ ତାଙ୍କ  ସମ୍ବୋଧନରେ ଜେ ପି ନଡ୍ଡା କହିଛନ୍ତି  ବଙ୍ଗଳାରେ ଗଣତନ୍ତ୍ର  ନାମରେ କୌଣସି ଜିନିଷ ନାହିଁ । ଡେମୋକ୍ରେସି  ଇନ କୋମା କହିବା ବିଲକୁଲ ଠିକ ଅଛି ।  ଆମେ ଲୋକଙ୍କୁ ଜାଗ୍ରତ କରିବାକୁ ଆବଶ୍ୟକତା ଅଛି  ଓ ବଙ୍ଗଳାର ଗୌରବକୁ  ସ୍ଥାପିତ କରିବା ଦରକାର । 

ପଶ୍ଚିମବଙ୍ଗ ସରକାରକୁ ଲକ୍ଷକରି ଜେ ପି ନଡ୍ଡା କହିଛନ୍ତି ମମତା ବାନାର୍ଜୀକୁ  ଏକଥା ପସନ୍ଦ ଆସୁନି ଯେ ବଙ୍ଗଳାରେ ଭାଜପା ଏତେ ଶିଘ୍ର କିପରି ବଢୁଛି ।  ଏହି ହିସାବ ନପାଇ ମମତା ଭାଜପା କାର୍ଯ୍ୟକର୍ତାକୁ ଅଟକାଇବା ଆରମ୍ଭ କରିଦେଲେ ।  ନଡ୍ଡା ତାଙ୍କ ଅନୁଭବରେ କହିଛନ୍ତି ଯେତେବେଳେ ନିର୍ବାଚନ ପ୍ରଚାର ଆରମ୍ଭ ହେଲା ତାହା ହେଉଛି ପ୍ରଥମ ଦିନ ତାଙ୍କ ଉପରେ ପ୍ରଥମ ଆକ୍ରମଣ ।  

 ନଡ୍ଡା କହିଛନ୍ତି ସେ ବଙ୍ଗଳାରେ ବଦଳିବା କଥା ହୋଇ ପାରିବା ନାହିଁ ବଦଳାଇବା କଥା ହେଉଛୁ । 

Related Articles

Leave a Reply

Your email address will not be published.

Back to top button