ଅପରାଧକ୍ରୀଡ଼ାଜାତୀୟ

ଏସଆଇଟି ରେ ବିବୃତି ରଖିଲେ ବ୍ରିଜ ଭୂଷଣ, କହିଲେ ସମସ୍ତ ଅଭିଯୋଗ ଭିତିହୀନ

ନୂଆଦିଲ୍ଲୀ | ମହିଳା ପହଲିବାନ ଦ୍ୱାରା ସେକ୍ସ ନିର୍ଯ୍ୟାତନା ଅଭିଯୋଗର ସମ୍ମୁଖୀନ ହେଉଥିବା ଭାରତୀୟ କୁସ୍ତି ସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂ ଶୁକ୍ରବାର ଦିନ ପୋଲିସ ନିକଟରେ ତାଙ୍କ ବିବୃତି ରେକର୍ଡ଼ କରିଛନ୍ତି । ଏହି ଘଟଣାର ଯାଂଚ ପାଇଁ ୬ ଜଣ ପୋଲିସ କର୍ମଚାରୀଙ୍କ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଛି । ଏଥିମଧ୍ୟରେ ଚାରି ଜଣ ମହିଳା ପୋଲିସ କର୍ମଚାରୀ ଅଛନ୍ତି । ଡେପୁଟି କମିଶନର ଅଫ ପୋଲିସ (ଡିସିପି) ସ୍ତରର ଅଧିକାରୀଙ୍କ ତତ୍ୱାବଧାନରେ ଏହି ଅନୁସନ୍ଧାନ କରାଯାଉଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ବ୍ରିଜଭୂଷଣ ଶରଣ ସିଂ ଏସଆଇଟି ଆଗରେ ଏକ ବିବୃତି ଦେଇ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତିହୀନ । ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ସେ ତାଙ୍କ ସମର୍ଥନରେ କିଛି ଭିଡ଼ିଓ ଏବଂ କଲ ରେକର୍ଡ଼ିଂ ଉପସ୍ଥାପନ କରିବେ । ସେ କହିଛନ୍ତି ଯେ, ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରରେ ତାଙ୍କ ବିରୋଧରେ ଏଜେଣ୍ଡା ଚାଲିଛି ଯେଉଁଥିରେ କିଛି ରାଜନୈତିକ ଦଳ ଜଡ଼ିତ ଅଛନ୍ତି ।

Related Articles

Leave a Reply

Your email address will not be published.

Back to top button