୨୦୨୪ ନିର୍ବାଚନରେ ମୋଦି ହେବେ ଗାଦିଚ୍ୟୁତ: ଲାଲୁ

Spread the love

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତରେ ଥିବା ଅବସରରେ ବିହାରର ମହାଗଠବନ୍ଧନ ସରକାର ଏବଂ ଲାଲୁ ଯାଦବଙ୍କୁ କଡା ଟାର୍ଗେଟ କରୁଛନ୍ତି । ଏହା ପରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ମୁହଁ ଖୋଲିଛନ୍ତି। ଲାଲୁ କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ସେ ଖୁବ ଶୀଘ୍ର ସୋନିଆ ଗାନ୍ଧୀଙ୍କୁ ଭେଟିବେ। ଲାଲୁ ଯାଦବ ଆହୁରି କହିଛନ୍ତି ଯେ ତାଙ୍କ ସରକାର ବିହାରରୁ ସଫା ହୋଇଯାଇଥିବାରୁ ଅମିତ ଶାହା ମନଦୁଃଖରେ ଅଛନ୍ତି।୨୦୨୪ ରେ ମଧ୍ୟ ସମାନ ଘଟଣା ଘଟିବ। ସେଥିପାଇଁ ସେ ସବୁଆଡେ ଦୌଡୁଛନ୍ତି।

ବିହାରରେ ଲାଲୁଙ୍କ ଜଙ୍ଗଲ ରାଜ ସମ୍ପର୍କରେ ଲାଲୁ କହିଛନ୍ତି, ଯେତେବେଳେ ବିଜେପି ଗୁଜୁରାଟରେ ଥିଲା, ସେଠାରେ ବି ଜଙ୍ଗଲ ରାଜ୍ ଚାଲିଥିଲା। ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇଦେବୁ।

ଉଲ୍ଲେଖ ଯୋଗ୍ୟ, ଗତକାଲି ଶାହା ବିହାରରେ ଏକ ରାଲିରେ ଲାଲୁ ଯାଦବଙ୍କ ସମ୍ପର୍କରେ ଏକ ବୟାନ ଦେଇଥିଲେ। ଶାହା କହିଥିଲେ ଯେ ବିଜେପି ସହ ବିଶ୍ୱାସଘାତକତା କରି ନୀତିଶ ନିଜ ସ୍ୱାର୍ଥ ପାଇଁ ଲାଲୁଙ୍କ କୋଳରେ ବସିଛନ୍ତି। ଏହା ସହିତ ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କର ବିହାର ଗସ୍ତ ଯୋଗୁଁ ଲାଲୁ-ନୀତୀଶଙ୍କ ପେଟରେ ଯନ୍ତ୍ରଣା ହେଉଛି | ଏହି ସମୟରେ ଅମିତ ଶାହା ବିହାରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

Leave a Reply

Your email address will not be published. Required fields are marked *