ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୨ ଯାଏଁ ଚାଲିବ ଅଧିବେଶନ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ଏହି ସୂଚନା ଦେଇଛନ୍ତି। ଏହି ଅଧିବେଶନ ବେଶ୍ ସରଗରମ ହେବ ବୋଲି ଆଶା କରାଯାଉଛି। କାରଣ ପହଲଗାଁଓ ଆତଙ୍କି ଆକ୍ରମଣ, ଅପରସେନ ସିନ୍ଦୂର, ଭାରତ-ପାକିସ୍ତାନ ଅଚାନକ ଯୁଦ୍ଧ ବନ୍ଦ, ବିଦେଶୀ ନୀତି ଆଦି ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ। ଏମିତିରେ ଅପରେସନ ସିନ୍ଦୂର ସନ୍ଦର୍ଭରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିରୋଧୀ ବାରମ୍ୱାର ଦାବି ଦୋହରାଉଥିବା ଭିତରେ ହିଁ ମୌସୁମୀ ଅଧିବେଶନର ତାରିଖ ଘୋଷଣା କରିଛନ୍ତି ସରକାର। ସଂସଦର ମୌସୁମୀ ଅଧିବେଶନରେ ବୀମା ସଂଶୋଧନ ବିଧେୟକ ଆଗତ ହୋଇପାରେ। ବୀମା କ୍ଷେତ୍ରରେ ଏଫଡିଆଇର ସୀମାକୁ ଶତ ପ୍ରତିଶତ ବଢ଼ାଇବାକୁ ପ୍ରସ୍ତାବ ଅଛି। ଏହା ପୂର୍ବ ଅଧିବେଶନ ବା ବଜେଟ୍ ଅଧିବେଶନ ଦୁଇ ଭାଗରେ ହୋଇଥିଲା। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୪ ଯାଏଁ ଚାଲିଥିଲା। ଗଲା ବଜେଟ୍ ଅଧିବେଶନରେ ସଂସଦର ସବୁଠୁ ଲମ୍ୱା ବୈଠକ ଏପ୍ରିଲ ୩ ତାରିଖରେ ହୋଇଥିଲା। ରାଜ୍ୟସଭାରେ ଏପ୍ରିଲ ୩ ତାରିଖ ଦିନ ୧୧ଟାରୁ ଆରମ୍ଭ ଅଧିବେଶନ ଏପ୍ରିଲ ୪ ଭୋର୍ ୪ଟା ୨ ଯାଏ ଚାଲିଥିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now