ଅଗ୍ନିପଥ ଯୋଜନା ହଟାଇବାକୁ ମାନ ସରକାରର ଦାବି

ଚଣ୍ଡିଗଡ: ପଞ୍ଜାବ ବିଧାନସଭାରେ ଅଗ୍ନିପଥ ସ୍କିମ ଉପରେ ରିଜୋଲୁସନ ପାସ କରି ହଟାଇବାକୁ କେନ୍ଦ୍ର ସରକାର ନିକଟରେ ଅପିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନେତୃତ୍ବରେ ବିଧାନସଭାରେ ଆଜି କେନ୍ଦ୍ର ସରକାରଙ୍କ ନିକଟରେ ଏହି ସ୍କିମ ଉଠାଇନେବାକୁ ଅପିଲ କରାଯାଇଥିବା ସିଏମଓ ପକ୍ଷରୁ କୁହାଯାଇଛି।

ଗୁରୁବାର ପଞ୍ଜାବ ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଦ୍ବାରା ବିନା କୌଣସି ଔପଚାରିକ ଘୋଷଣା ଓ ବିଚାର ବିମର୍ଷରେ ସେନାରେ ଅଗ୍ନିପଥ ଯୋଜନାର ଆରମ୍ଭ ଦେଶବ୍ୟାପୀ ଏକ ପ୍ରକ୍ରିୟା ସୃଷ୍ଟି କରିଛି। ଏପରି ଯୋଜନା ଯୁବପିଢିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି, ଯେଉଁମାନେ ସାରା ଜୀବନ ସେନା ପାଇଁ କାର୍ଯ୍ୟକରିବାକୁ ଚାହୁଁଛନ୍ତି।

ମାନ ଆହୁରି ଗୃହକୁ ମନେ ପକାଇ ଦେଇଥିଲେ କି, ପଞ୍ଜାବରୁ ଏକ ଲକ୍ଷରୁ ଅଧିକ ସୈନିକ ସେନାରେ ଯୋଗ ଦେଇ ଦେଶ ସେବାରେ ନିୟୋଜିତ ଅଛନ୍ତି ଓ ବହୁ ସଂଖ୍ୟାରେ ଦେଶମାତୃକା ପାଇଁ ଜୀବନ ଦେଇଛନ୍ତି। ପଞ୍ଜାବ ଯୁବକମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ପାଇଁ ବିଦିତ। କିନ୍ତୁ ସରକାର ଦ୍ବାରା ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନା ସେମାନଙ୍କ ସ୍ବପ୍ନକୁ ଧୂଳିସାତ କରିବା ସହ ସେମାନଙ୍କ ମଧ୍ୟରେ ହତୋତ୍ସାହ ଭରି ଦେବ। ତେଣୁ ଏହାକୁ ତୁରନ୍ତ ନିରସ୍ତ୍ର କରିବାକୁ ମାନ ସରକାର ଅପିଲ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *