ଟ୍ରେଡିଂ ଆପ ହେଲା କାଳ ,ଗେମରେ ଟଙ୍କା ହାରି ଜୀବନ ହାରିଛନ୍ତି ସେବାୟତ

ଟ୍ରେଡିଂ ଆପରେ ଟଙ୍କା ଲଗାଇବା ହେଲା କାଳ। ଅନଲାଇନ ଗେମରେ ଟଙ୍କା ହାରି ଜୀବନ ହାରିଛନ୍ତି ସେବାୟତ । ମାନସିକ ଚାପରେ ରହି ଶେଷରେ ଆତ୍ମହତ୍ୟା ରାସ୍ତା ବାଛିଛନ୍ତି ଭୁବନେଶ୍ୱର ଯୁବକ । ଲିଙ୍ଗରାଜ ଥାନା ବଢେଇବାଙ୍କ ଅଞ୍ଚଳର ୨୨ ବର୍ଷୀୟ ଯୁବକ ଶଶାଙ୍କ ଶେଖର ଶତପଥୀ । ତେବେ କେବଳ ଏହି ଘଟଣା ନା ଆତ୍ମହତ୍ୟା ପଛରେ ଆଉ କିଛି କାରଣ ଅଛି ତାକୁ ତଦନ୍ତ କରାଯାଉଥିବା ଡିସିପି ପିନାକ ମିଶ୍ର କହିଛନ୍ତି । ଶଶାକ୍ତ ସେବାୟତ ପରିବାରର ଏବଂ ଲିଙ୍ଗରାଜ ମନ୍ଦିରରେ ସେବା ପୂଜା କରୁଥିଲେ । ଅନଲାଇନ ଗେମରେ ନିବେଶ କରୁଥିଲେ ଏବଂ କିଛି ଲୋକଙ୍କ ଠାରୁ ହାତ ଉଧାରି ନେଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏଭଳି ଘଟଣା ବାରମ୍ୱାର ଘଟୁଥିବାରୁ ବିଭିନ୍ନ ସମୟରେ ସଚେତନ କରାଯାଉଛି ।କିଛି ଦିନ ତଳେ ଲକ୍ଷାଧିକ ଟଙ୍କାର କରଜ କରି ନିଜର ମାନସିକ ଭାରସାମ୍ୟ ହରାଇବା ପରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ କେନ୍ଦ୍ରାପଡ଼ା ଲଙ୍କାପଡ଼ାର ୩୧ ବର୍ଷୀୟ ଅଚ୍ୟୁତାନନ୍ଦ ସାହୁ। ସେ ଝାରସୁଗୁଡାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିଅର ଭାବେ କାମ କରୁଥିଲେ। ଟ୍ରେଡିଂ ଆପରେ ଟଙ୍କା ଲଗାଇ ସବୁ ଟଙ୍କା ହାରି ଯିବାରୁ ଚାପଗ୍ରସ୍ତ ଥିଲେ । ଏପରିକି ୨୦ ରୁ ୨୫ ଲକ୍ଷ ଟଙ୍କାର ଋଣ ବି କରିଥିଲେ। ଶେଷରେ ଋଣ ସୁଝିବା ଚିନ୍ତାରେ ସେ ଜୀବନ ହାରି ଥିଲେ । ସାଇବର ସିକ୍ୟୁରିଟି ବିଶେଷଜ୍ଞମାନେ ଏଭଳି ଗେମିଂ ଆପ ଓ ଟ୍ରେଡିଂ ଆପରୁ ଦୂରେଇ ରହିବା ପାଇଁ କହୁଛନ୍ତି ।ଅଳ୍ପ ସମୟ ମଧ୍ୟରେ ଅଧିକ ଅର୍ଥ ଉପାର୍ଜନର ସର୍ଟକଟ ରାସ୍ତା ସବୁବେଳେ ଘାତ ହେଉଛି ଯାହା ଏଥର ମଧ୍ୟ ପ୍ରମାଣିତ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *