ବରଗଡରେ ବିଦେଶୀ ପକ୍ଷୀଙ୍କ ଭିଡ

Spread the love

ବରଗଡ ଜିଲ୍ଳାର ବିଭିନ୍ନ ଗାଁରେ ଏବେ ଦେଖିବାକୁ ମିଳିଛି ବିଦେଶୀ ପକ୍ଷୀଙ୍କ ସମାଗମ । ଅକ୍ଷୟ ତୃତୀୟାଠାରୁ ଏହି ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ, ଏମାନଙ୍କ କିଚିରି ମିଚିରି ଶଦ୍ଦରେ ଗାଁ ପରିବେଶର ଶୋଭା ଆଉ ଦୁଇଗୁଣ ବଢି ଯାଇଥାଏ । ଗାଁର ଅନୁକୂଳ ପରିବେଶ ସହ ଖାଦ୍ୟ ଓ ସୁରକ୍ଷା ଯୋଗାଉ ଥିବାରୁ ସାଇବେରିଆ ଅଞ୍ଚଳରୁ ବହୁ ସଂଖ୍ୟାରେ ପକ୍ଷୀଙ୍କ ସୁଅ ଛୁଟିଥାଏ। ଏନେଇ ଛୋଟଠୁ ବୟସ୍କ ଲୋକଙ୍କ ମନରେ ଆନନ୍ଦ ର ଲହରି ଖେଳିଯାଇଛି।

ଭ୍ରମଣକାରୀ ପକ୍ଷୀ ବା ବିଦେଶୀ ପକ୍ଷୀ କହିଲେ ଆମେ ସାଇବେରିଆନ୍ ପକ୍ଷୀଙ୍କୁ ବୁଝିଥାଉ । ହେଲେ ଏମିତି ଭ୍ରମଣକାରୀ ପକ୍ଷୀ  ବରଗଡ଼ ଜିଲ୍ଲା ପାଇଁ ନୂଆ ନୁହେଁ । କେଉଁ କାଳରୁ ବରଗଡ଼ର କୁର୍ଲାଜୁରୀ ,ଅନ୍ତପାଲି, ବାଲିଜୋରୀ , କେନ୍ଦମୁଣ୍ଡି ପରି ଗାଁକୁ ଏହି ପକ୍ଷୀ ମାନେ ନିୟମିତ ଭାବେ ଆସିଥାନ୍ତି । ଏହି ଗାଁର ଅନୁକୂଳ ପରିବେଶ ସହ ଖାଦ୍ୟ ଓ ସୁରକ୍ଷା ଯୋଗାଉ ଥିବାରୁ ସାଇବେରିଆ ଅଞ୍ଚଳରୁ ବହୁ ସଂଖ୍ୟାରେ ପକ୍ଷୀଙ୍କ ସୁଅ ଛୁଟିଥାଏ। ଏମାନଙ୍କ ଆଗମନରେ ଗାଁ ଲୋକଙ୍କ ମନରେ ଭରିଯାଏ ଆନନ୍ଦର ଲହରି । ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦ ଗାଁ ଦାଣ୍ଡକୁ କରିଥାଏ ସଂଗୀତମୟ । ଅକ୍ଷୟତୃତୀୟାଠାରୁ ଆରମ୍ଭ କରି ଦୀପାବଳୀ ପର୍ଯ୍ୟନ୍ତ ଏହି ବିଦେଶୀ ପକ୍ଷୀମାନେ ବରଗଡ଼ର ଏହି ଗାଁ ଗୁଡ଼ିକରେ ରହିଥାନ୍ତି । ଏହି ସମୟ ମଧ୍ୟରେ ପକ୍ଷୀମାନେ ଅଣ୍ଡା ଦେଇ ଛୁଆ ଜନ୍ମ କରିବା ପରେ ତାଙ୍କୁ ଉଡ଼ିବା ଶିଖାଇଥାନ୍ତି ଓ ପରେ ସାତ ସମୁଦ୍ର ପାରି ହୋଇ ପୁଣି ଫେରିଯାଆନ୍ତି ସେଇ ସୁଦୂର ସାଇବେରିଆ ଅଞ୍ଚଳକୁ ।

ତେବେ ଏହି ଭ୍ରମଣକାରୀ ପକ୍ଷୀମାନେ ଗ୍ରାମବାସୀଙ୍କ ପାଇଁ ଶୁଭ ଅଟନ୍ତି ବୋଲି ସେମାନଙ୍କର ବିଶ୍ୱାସ ରହିଛି । ଏମାନଙ୍କ ଆଗମନକୁ ଗାଁ ଲୋକେ ଚାତକ ଭଳି ଚାହିଁ ରହିଥିାନ୍ତି।  କାରଣ ଏମାନେ ଆସିଲେ ଗାଁରେ ଭଲ ବର୍ଷା ହୋଇଥାଏ । ଆଉ ଯେଉଁ ବର୍ଷ ପକ୍ଷୀମାନେ ନ ଆସନ୍ତି ସେ ବର୍ଷ ମରୁଡ଼ି ସୃଷ୍ଟି ହେଉଥିବା କହିଛନ୍ତି ଗାଁଲୋକେ। ଏନେଇ ଗ୍ରାମବାସୀ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସହ ତାଙ୍କର ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି । ତେବେ ଗତ କିଛି ବର୍ଷ ହେଳା ଏହି  ଅତିଥି ପକ୍ଷୀଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ପାଣିପାଗର ପରିବର୍ତ୍ତନ ସହ ବଡ ବଡ ଗଛ କାଟିଦିଆ ଯାଉଥିବାରୁ  ପରିବେଶବିତ ଓ ପ୍ରକୃତି ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ତେବେ ପକ୍ଷୀଙ୍କ ସୁରକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦେବା ସହ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ .. .

ବରଗଡରୁ ଧ୍ରୁବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *