ଜୁନେଦ, ନାସିର ହତ୍ୟା: ଅଭିଯୁକ୍ତ ସମର୍ଥନରେ ମହାପଞ୍ଚାୟତ

Spread the love

ନୂଆଦିଲ୍ଲୀ: ହରିଆଣାରେ ଦୁଇ ଅଳ୍ପସଂଖ୍ୟକ ସମୁଦାୟ ଯୁବକଙ୍କୁ ଜୀବନ୍ତ ଦଗ୍ଧ ଘଟଣାର ଅଭିଯୁକ୍ତ ମୋନୁ ମାନେସରର ସମର୍ଥନରେ ବାହାରିଛି ହିନ୍ଦୁ ମହାପଞ୍ଚାୟତ। ମଙ୍ଗଳବାର ଗୁରୁଗ୍ରାମର ମାନେସରରେ ଆୟୋଜିତ ହୋଇଛି ମହାପଞ୍ଚାୟତ। ଫଳରେ ଦିଲ୍ଲୀ -ଜୟପୁର ହାଇୱେଇ ହୋଇଥିଲା ଜାମ। ତେବେ ପୁଲିସର ହସ୍ତକ୍ଷେପ ପରେ ଏହି ଜାମ ହଟିଛି। ଏହି ମାମଲାରେ ପୁଲିସ ଅନିଲ, ଶ୍ରୀକାନ୍ତ, ରିଙ୍କୁ ସୈନି, ଲୋକେଶ ସିଙ୍ଗଲା ଓ ମୋହିତ ଯାଦବ ଓରଫ ମୋନୁ ମାନେସରକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ବେଳେ  ମାନେସର ସମର୍ଥକ ମାମଲାର ଯାଞ୍ଚ ସିବିଆଇ ଦ୍ବାରା କରିବାକୁ ଦାବି କରିଛନ୍ତି।

ମଙ୍ଗଳବାର ମୋନୁ ମାନେସରଙ୍କ ସମର୍ଥନରେ ହିନ୍ଦୁ ମହାପଞ୍ଚାୟତ ର ହୋଇଛି ଆୟୋଜନ। ଏଥିରେ ମୋନୁଙ୍କୁ ହିନ୍ଦୁ ଗୌରବ  କୁହାଯିବା ସହ  ଏହି ମାମଲାରେ ତାଙ୍କୁ ଫସାଯାଉଥିବା ଅଭିଯୋଗ ହୋଇଛି। ମାନୁ ବଜରଙ୍ଗ ଦଳର ସମସ୍ୟ। ଏହି ମାମଲାରେ ତାଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ଦର୍ଶା ଯାଇଛି। ଯାହାକୁ ମହାପଞ୍ଚାୟତ ବିରୋଧ କରିଛି। ମୋନୁଙ୍କ ସମର୍ଥକମାନେ ମଙ୍ଗଳବାର ମାନେସରରେ ଟ୍ରାଫିକ ଜାମ କରିଥିବା ଦେଖିବାକୁ ମିଳିଛି।  

ସୂଚନାଯୋଗ୍ୟ, ରାଜସ୍ଥାନର ଦୁଇ ଯୁବକ ଜୁନେଦ ଓ ନାସିରଙ୍କୁ ହରିଆଣାରେ ସେମାନଙ୍କ କାର ସହ ଜୀବନ୍ତ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଉଭୟଙ୍କୁ ଧରି ମୋନୁ ମାନେସରଙ୍କୁ ହସ୍ତାନ୍ତର କରିଥିଲା। ଏହା ପରେ ମାନୁ ଉଭୟଙ୍କୁ ମାଡ ମାରି ଅଧମରା କରିବା ପରେ ସେମାନଙ୍କ ଗାଡି ସହ ଜାଳିଦେଇଥିବା ଅଭିଯୋଗରେ ଉଲ୍ଲେଖ ଥିଲା। ମୋନୁ ଗୋରକ୍ଷ ସଂଗଠନର ମୁଖ୍ୟ ହୋଇଥିବା ବେଳେ ଉଭୟ ଗୋମାଂସ ଚାଲାଣ କରୁଥିବା ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।  

Leave a Reply

Your email address will not be published. Required fields are marked *