ଚର୍ଚ୍ଚାରେ ଅଙ୍ଗନବାଡ଼ି ଦିଦି

ବ୍ରହ୍ମପୁର: ଚର୍ଚ୍ଚାରେ ଗଞ୍ଜାମର ଅଙ୍ଗନବାଡ଼ି ଦିଦି କେ ସୁଜତା । ଦିଦି ସୁଜତାଙ୍କ ନାଚ ଗୀତ ମାଧ୍ୟମରେ ଶିକ୍ଷାଦାନ ପ୍ରଣାଳୀକୁ ନେଇ ଏବେ ପୁରା ଜିଲ୍ଲାରେ ଚର୍ଚ୍ଚା । ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢ଼ିବା ପାଇଁ ପିଲା ପସନ୍ଦ କରିନଥିଲେ ଆଜି ସେହି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ଗହଳି ଲାଗିରହୁଛି।

ଶିଶୁଙ୍କ ଶିକ୍ଷା ଓ ବିକାଶ ପାଇଁ ରାଜ୍ୟ ସରକାର ତଥା ଅଭିଭାବକ ସର୍ବଦା ତତ୍ପର। ଛୋଟ ବେଳୁ ପିଲାଙ୍କ ଶିକ୍ଷା ସହ ଆଚରଣରେ ସୁଧାର ଆଣିବା ପାଇଁ ସରକାର ସମସ୍ତ ଗାଁରେ ଅଙ୍ଗନୱାଡି ସ୍ଥାପନ କରିଛନ୍ତି। ତେବେ ସେହି ଅବୋଧ ଶିଶୁଙ୍କ ବୌଦ୍ଧିକ ବିକାଶ ପାଇଁ କିଛି ନିଆରା ପ୍ରଣାଳୀରେ ଶିକ୍ଷାଦାନ ଦେଉଛନ୍ତି ଏହି ଦିଦି ଜଣଙ୍କ। ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ। ଇଏ ହେଉଛନ୍ତିଗଞ୍ଜାମ, ଚିକଲଖଣ୍ଡିର ଅଙ୍ଗନାବାଡି କେନ୍ଦ୍ର ୩ ରେ କାର୍ଯ୍ୟରତ ଦିଦି କେ ସୁଜତା। ନାଚ ଗୀତ ମାଧ୍ୟମରେ ଏହି କୁନି କୁନି ଶିଶୁଙ୍କୁ ପ୍ରାକ୍ ଶିକ୍ଷାଦାନ ଦେଉଛନ୍ତି ସୁଜାତା।  ତାଙ୍କ ତାଳେ ତାଳେ ପିଲାମାନେ ନାଚି ଗାଇ ପାଠ ପଢୁଛନ୍ତି। ବିଭିନ୍ନ ଗୀତ ସହ ଗପ ମାଧ୍ୟମରେ ଅତି ଉନ୍ନତମାନର ଶିକ୍ଷା ପ୍ରଦାନ କରୁଛନ୍ତି ସୁଜତା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଛୋଟ ଛୋଟ ପିଲା ହୋଇଥିବାରୁ ସେମାନେ ପାଠ ପଢିବା ଏବଂ ଅଙ୍ଗନାବାଡିକେନ୍ଦ୍ରକୁ ଆସିବାକୁ ନାରାଜ ହୋଇଥାନ୍ତି । ଏହି କୁନି କୁନି ପିଲା କିପରି କେନ୍ଦ୍ରକୁ ଆସି ପାଠପଢିବେ ସେନେଇ ସୁଜାତା ଏକ ନିଅରା ପ୍ରୟାସ କରିଥିଲେ । ପ୍ରାୟ ୧୩ବର୍ଷ ଧରି ସୁଜାତା ଏଭଳି ନାଚ ଗୀତ ମାଧ୍ୟମରେ ଶିକ୍ଷାଦାନ କରୁଥିବା କହିଛନ୍ତି । ସେପଟେ ଦିଦିଙ୍କ ଏହି ଶୈଳୀକୁ ପିଲାମାନେ ବେଶ ପସନ୍ଦ କରୁଥିବାବେଳେ ଅବିଭାବକମାନେ ମଧ୍ୟ ଦିଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

ତେବେ ଦିଦି ସୁଜତାଙ୍କ ଏଭଳି ପ୍ରୟାସ ଏବେ ପୁରା ଜିଲ୍ଲାରେ ଲୋକପ୍ରିୟ ହୋଇପାରିଛି। ତାଙ୍କର ଏହି ଉଦ୍ୟମ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *