ଜାଣନ୍ତୁ କେଉଁ ଶିଶୁଙ୍କୁ ହୁଏ ଆତଙ୍କ ଖେଳାଉଥିବା HFMD ରୋଗ

  ମାରତ୍ମକ ନୁହଁ HFMD । ଏହାର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟୀକା କି ଔଷଧ ଦରକାର ନାହିଁ। କେବଳ ଲକ୍ଷଣ ଅନୁସାରେ ମେଡ଼ିସିନ ସହିତ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।  ଏଚଏଫଏମଡି ନିୟନ୍ତ୍ରଣ ଆଣିବକୁ ସରକାର ଚେଷ୍ଟା ଚଳାଇଛନ୍ତି। ଏହି ରୋଗକୁ ନିୟନ୍ତ୍ରଣ ଆଣିବା ସହ ଲୋକଙ୍କୁ ସଚେତନ ପାଇଁ  ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି। ବିଭିନ୍ନ ଜିଲ୍ଲାର ସିଡିଏମଓ ଙ୍କୁ ମଧ୍ୟ ଆଲର୍ଟ ପାଇଁ ନିର୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ ସମସ୍ତ ହସ୍ପିଟାଲର ଶିଶୁ ବିଭାଗ ବା ଆଉଟଡୋରରେ ଯଦି ଏହି ଲକ୍ଷଣ ଜନିତ ରୋଗୀ ଆସୁଛନ୍ତି ସେମାନଙ୍କୁ ଟେଷ୍ଟ କରାଯାଇଛି । ସେମାନଙ୍କର କଣ ଲକ୍ଷଣ ରହୁଛି ତାହା ଅଲଗା କିଛି ରୋଗ କି ନୁହେଁ, ତାକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ। ଏହି ରୋଗରେ ଆତଙ୍କିତ ହେବାର ନାହିଁ। ଏହି  ରୋଗର କୌଣସି ନିର୍ଦିଷ୍ଟ ମେଡ଼ିସିନ କି ଟୀକା ନାହିଁ । ଯେଉଁ ଲକ୍ଷଣ ଆସୁଛି ସେହି ଲକ୍ଷଣ ଅନୁସାରେ ଆମେ ଟ୍ରିଟମେଣ୍ଟ କରୁଛୁ। ଏହି ରୋଗର ଲକ୍ଷଣ ଦେଖାଗଲେ ରୋଗୀକୁ ଆଇସୋଲେସନରେ ରଖିବା ସହ ଲକ୍ଷଣ ଅନୁସାରେ ଚିକତ୍ସା କରାଯିବ।

   କ୍ୟାପିଟାଲ ହସ୍ପିଟାଲରେ ଏପର୍ଯ୍ୟନ୍ତ ୨୪ଟି ଲକ୍ଷଣ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀ ସଂଖ୍ୟା ବଢିଲେ ଆମେ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବେଡ଼ କରିବାକୁ ଯୋଜନା କରୁଛୁ। ଏଚଏଫଏମଡି ରୋଗ ଏକ ପୁରୁଣା ରୋଗ। ଏଚଏଫଏମଡି ରୋଗ ଟମାଟୋ ଫ୍ଲୁ ନୁହେଁ।   HFMD ମଧ୍ୟ ଏକ ଏଣ୍ଟ୍ରୋ ଭାଇରସ। HFMD କୁ ଶିରୋ ଟାଇପ କରାଯାଉଛି।

   ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହୋଉଛି, ସବୁ ଶିଶୁଙ୍କୁ ହୁଏନି HFMD । ଯେଉଁ ଶିଶୁ ଦୁର୍ବଳ, ପୁଷ୍ଟିହୀନତା ଓ ମଲ୍ଟି ଡିଜିଜ ରେ ଆକ୍ରାନ୍ତ ସେମାନେ HFMD ରେ ଶିକାର ହୁଅନ୍ତି। ରୋଗୀ ଅଧିକ ବଢିଲେ, ସ୍ୱତନ୍ତ୍ର ୱାର୍ଡ ଖୋଲାଯିବ। ଏବେ ଦୈନିକ ୧୦-୧୨ ରୋଗୀ ଆସୁଛନ୍ତି। ସେଥିରୁ ୪-୫ ଜଣ HFMD ଲକ୍ଷଣ ବାହାରୁଛି। ଏଥିପାଇଁ ସର୍ତକତା ଜରୁରୀ ହୋଇପଡିଛି ।    

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *