ବିଶ୍ୱାସରେ ବିଷ ଦେଲା ନିଜ ଜନ୍ମିତ ବଡ଼ ପୁଅ। ୪୨ ଲକ୍ଷ ଋଣରେ ବୁଡି ଅଛନ୍ତି ନିରୁପାୟ ବାପା ମା। ଆଉ ଋଣ ଟଙ୍କା ନଶୁଝିଲେ ଘର ନିଲାମ ହୋଇଯିବ ବୋଲି ଘର ସାମ୍ନାରେ ବ୍ୟାଙ୍କ ମାରିଛି ନୋଟିସ। ୪୨ ଟଙ୍କା ରୋଜଗାର ନଥିବା ବୁଢା ବାପା ମା ୪୨ ଲକ୍ଷ ଟଙ୍କା ସୁଝିବେ କେମିତି ବୋଲି ଭାବି ଭାବି ଘରେ ଚୁଲି ଜଳୁନି। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳପୁର ଗାଁରୁ। ଗାଁର ୭୫ ବର୍ଷୀୟ ଦେବ ବେହେରା ଏବଂ ପତ୍ନୀ ତାରାମଣି ବେହେରା ଓ ସାନ ପୁଅ ସୁଦର୍ଶନ ବେହେରା ବୋହୁ ପୁଷ୍ପାଞ୍ଜଳୀ ବେହେରା ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଚିଠି ମାଧ୍ୟମରେ ଆବେଦନ କରିଛନ୍ତି।
ପରିବାରର ଅଭିଯୋଗ ଅନୁସାରେ, ବଡ଼ ପୁଅ ବିବାହ କରିବା ପରେ ନିଜ ପତ୍ନୀଙ୍କୁ ନେଇ ବାହାରେ ରହିଲେ। ଜମି ବାଡ଼ି ତ ଆଉ କିଛି ନାହିଁ, କେବଳ ଘର ଡିହ ଥିଲା ଆଶ୍ରୟ। ହେଲେ ଶେଷରେ ପୁଅ ଚକ୍ରାନ୍ତ କରି ତାକୁ ବି ବ୍ୟାଙ୍କ ରେ ବନ୍ଧକ ରଖି ପରିବାରକୁ ଫସାଇ ଦେଇଛନ୍ତି। ଏପଟେ ନୋଟିସ ପରେ ନୋଟିସ ମାରି ଚାଲିଛନ୍ତି ବ୍ୟାଙ୍କ। ମାସକ ଭିତରେ ଋଣ ପରିଶୋଧ କର ନଚେତ ଘର ଛାଡ଼ ବୋଲି ଚେତାବନୀ ମଧ୍ୟ ଦେଇ ସାରିଛନ୍ତି I ବାପା ମା, ବାଧ୍ୟ ହୋଇ ଇଚ୍ଛାମୃତ୍ୟୁ ଅନୁମତି ମାଗିଛନ୍ତି।
ତେବେ ଯିଏ ଦୋଷ କରିଛି ତଥା ବ୍ୟାଙ୍କରୁ ଋଣ ନେଇଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାସହ ପରିବାରର ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now