ବିଶ୍ୱ ରେଡିଓ ଦିବସ

ଆଜି ବିଶ୍ୱ ରେଡିଓ ଦିବସ। ଫେବୃଆରୀ ୧୩ ତାରିଖରେ ବିଶ୍ୱ ରେଡିଓ ଦିବସ ପାଳନ କରାଯାଉଛି। ଆଜି ବି ଅନେକ ଲୋକଙ୍କର ରେଡିଓ ପ୍ରତି ରୁଚି ରହିଛି। ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ ଯୁଗରେ କେହି ବି ରେଡିଓକୁ ଭୁଲି ପରିନାହାନ୍ତି। ଶବ୍ଦ, ସ୍ୱର , ସଙ୍ଗୀତ ପାଇଁ କୋଟି କୋଟି ଲୋକଙ୍କର ହୃଦୟରେ ରହିପାରିଛି। କରୋନା ମହାମାରୀ ସମୟରେ ଜନସଚେତନତା ପାଇଁ ରେଡିଓ ଲୋକଙ୍କ ଆହୁରି ନିକଟତର ହୋଇପାରିଥିଲା। କମ୍ୟୁନିଟି ରେଡିଓ ସହ ଏଫଏମର ଚାହିଦା ବଢିଛି। ରୂପେଲି ପରଦା ଭଳି ବେତାର ଦୁନିଆ ରଙ୍ଗିନ ନୁହେଁ, ହେଲେ ଶ୍ରୋତାଙ୍କୁ ବାନ୍ଧି ରଖିପାରିଛି। ୨୦୧୨ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା ଏହାକୁ ଅନ୍ତର୍ଜାତୀୟ ଦିବସ ଭାବରେ ପାଳନ କରିବାକୁ ଅନୁମତି ଦେଇଥିଲା। ପରେ ଫେବୃଆରୀ ୧୩ ତାରିଖରେ ବିଶ୍ୱ ରେଡିଓ  ଦିବସ ଭାବେ ପାଳନ କରାଯାଏ। ସମଗ୍ର ବିଶ୍ୱରେ ପ୍ରାୟ ୪୦ ହଜାର ରେଡିଓ ଷ୍ଟେସନ ରହିଥିବା ବେଳେ ପ୍ରାୟ ଅର୍ଦ୍ଧାଧିକ ଲୋକ ରେଡିଓକୁ ଶୁଣିବାକୁ ଭଲପାଆନ୍ତି।  ସେହିପରି ଭାରତରେ ରେଡିଓର ଇତିହାସ ଦେଶରେ ପ୍ରଥମ ପ୍ରସାରଣ ଜୁନ ୧୯୨୩ ମସିହାରେ ବମ୍ୱେର ରେଡିଓ କ୍ଲବ ଦ୍ୱାରା କରାଯାଇଥିଲା । ଇଣ୍ଡିଆନ ବ୍ରଡକାଷ୍ଟିଂ କମ୍ପାନୀ ୨୩ ଜୁଲାଇ ୧୯୨୭ରେ ଅସ୍ତିତ୍ୱ ପାଇଥିଲା। ୮ ଜୁନ ୧୯୩୬ରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ଅଲ ଇଣ୍ଡିଆ ରେଡିଓରେ ପରିଣତ ହେଲା। ଅଗଷ୍ଟ ୧୯୩୭ରେ କେନ୍ଦ୍ରୀୟ ସମାଚାର ସଙ୍ଗଠନ ଅସ୍ତିତ୍ୱ ପାଇଲା।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ରେଡିଓ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ରେଡିଓ ଏମିତି ଏକ ମାଧ୍ୟମ ଯାହା ସାରା ବିଶ୍ୱର ଲୋକଙ୍କୁ ଏକାଠି ଯୋଡି ରଖିଥାଏ। ସୂଚନା ଦେବା ଏବଂ ମନୋରଞ୍ଜନ ପ୍ରଦାନ କରିବାର ଏକ ଅନନ୍ୟ ମାଧ୍ୟମ ହେଉଛି ରେଡିଓ ବୋଲି ମୋଦି କହିଛନ୍ତି। ଲୋକମାନଙ୍କୁ ଏକତ୍ର କରିବାରେ ଯୋଗାଯୋଗକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ରେଡିଓ।

ସେପଟେ ଏହି ମାସର ମନ କି ବାତରେ ଆପଣାମାନଙ୍କ ଚିନ୍ତାଧାର ଏବଂ ମତାମତ ଶୁଣିବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି। ଯାହା କି ୨୩ ତାରିଖରେ ଅନୁଷ୍ଠିତ ହେବ। ସେପଟେ ଭାରତ ବର୍ଷରେ ଏବେ ଏଫଏମ ନାଁରେ ଶହ ଶହ ଘରୋଇ ରେଡିଓ ସେଣ୍ଟର ୨୪ ଘଣ୍ଟା ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତିଯୋଗିତା କଲେଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *