ସ୍ମାର୍ଟ ସନଗ୍ଲାସ୍ ଉପରେ ବିସିସିଆଇର ବ୍ୟାନ୍
ବିସିସିଆଇ ଏଭଳି ଚିନ୍ତା କରି ସ୍ମାର୍ଟ ସନଗ୍ଲାସ ଉପରେ ପ୍ରତିବନ୍ଧକ ଲଗାଇଛି। କୌଣସି ଖେଳାଳୀ ବା ଅଧିକାରୀ ଏହାକୁ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛି ବିସିସିଆଇ।
P
By Pradeep Kumar NayakPublished: May 29, 2026, 01:46 PM • 1 min read

ଆଇପିଏଲ ଖେଳାଳୀଙ୍କୁ ସ୍ମାର୍ଟ ସନଗ୍ଲାସ୍ ବ୍ୟାନ୍
ସ୍ମାର୍ଟ ସନଗ୍ଲାସକୁ ବ୍ୟାନ୍ କଲା ବିସିସିଆଇ। ବିସିସିଆଇର ଆଣ୍ଟି କରପସନ ଓ ସିକ୍ୟୁରିଟି ୟୁନିଟ ଲଗାଇଲା ବ୍ୟାନ୍। ଚଷମାରେ ଥିବା ଅତ୍ୟାଧୁନିକ ଡିଭାଇସର ଅପବ୍ୟବହାର ନେଇ ଆଶଙ୍କା ପ୍ରକାଶ କଲା ବିସିସିଆଇ। ସେଥିଲାଗି ଆଇପିଏଲ ନିଷିଦ୍ଧ ଜୋନରେ ପ୍ରବେଶ ପୂର୍ବରୁ ଖେଳାଳୀ ଓ ଅଧିକାରୀ ଏହାକୁ ଜମା କରିବେ। ସ୍ମାର୍ଟ ସନଗ୍ଲାସରେ ଲାଇଭ ଷ୍ଟ୍ରିମିଂ, ଅଡ଼ିଓ ଭିଡ଼ିଓ ରେକର୍ଡିଂ ସହ ମୋବାଇଲରେ ଓ୍ୱାଇଫାଇ କନେକ୍ସନ ଜରିଆରେ କଥା ହେବାର ସମ୍ଭାବନା ରହିଛି। ସେଥିଲାଗି ବିସିସିଆଇ ଏଭଳି ଚିନ୍ତା କରି ସ୍ମାର୍ଟ ସନଗ୍ଲାସ ଉପରେ ପ୍ରତିବନ୍ଧକ ଲଗାଇଛି। କୌଣସି ଖେଳାଳୀ ବା ଅଧିକାରୀ ଏହାକୁ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛି ବିସିସିଆଇ। ଖେଳାଳୀଙ୍କ ଉପରେ ଏଭଳି ହ୍ୱିପ୍ ଜାରି କରିଛି।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
