ସାଇକୋକିଲର ସାଜିଲା ସିକ୍ୟୁରିଟି ଗାର୍ଡ

ମହିଳାଙ୍କ ସହ ଯୌନସମ୍ପର୍କରେ ଫେଲ୍- ସାଇକୋକିଲର ସାଜିଲା ସିକ୍ୟୁରିଟି ଗାର୍ଡ
ହରିଆଣା ସୋନିପତରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ଚମକାଇଦେଲା ଭଳି ଖୁଲାସା ହୋଇଛି। ପଡ଼ୋଶୀ ବ୍ରହ୍ମପ୍ରକାଶ ଥିଲା ସାଇକୋ କିଲର। ଅଭିଯୁକ୍ତ ବ୍ରହ୍ମପ୍ରକାଶର ଖରାପ ନଜର ଥିଲା ସ୍ୱାତୀଙ୍କ ଉପରେ। ସେ ସ୍ୱାତୀଙ୍କ ସହ ଅବୈଧ ସମ୍ପର୍କ ରଖିବାକୁ ଚାହୁଁଥିଲା। ପଡ଼ୋଶୀ ହେତୁ ସ୍ୱାତୀଙ୍କ ଘରକୁ ତାହାର ଯିବା ଆସିବା ଥିଲା। ଧୀରେ ଧୀରେ ପରିବାର ସହ ସମ୍ପର୍କ ବଢାଇବାକୁ ଲାଗିଲା। ହେଲେ ସ୍ୱାତୀଙ୍କୁ ପାଇବାକୁ ବ୍ୟାକୁଳ ଥିଲା। ତାଙ୍କ ସହ ଯୌନସମ୍ପର୍କ ରଖିବାକୁ ମନେ ମନେ ପାଗଳ ହେଉଥିଲା। ହେଲେ ତା ଇଛା ପୂରଣ ନ ହେବାରୁ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ସ୍ୱାତୀକୁ ହତ୍ୟା କରିଦେଲା। ଆଉ ସ୍ୱାତୀକୁ ବଞ୍ଚାଇବାକୁ ଆସିଥିବା ପଡୋଶୀ ଦମ୍ପତ୍ତିଙ୍କୁ ବି ନିର୍ମମ ହତ୍ୟା କଲା। ପଡ଼ୋଶୀ ବିଜୟ ଓ ସୁନୀତାଙ୍କ ମୁଣ୍ଡକୁ ଲୁହା ରଡରେ ପିଟି ପିଟି ମାରିଦେଲା। ବଡ଼ କଥା ହେଲା। ପୁରା ଫ୍ଲାଟରେ ଏଭଳି ଘଟଣାକୁ ନେଇ ଭୟର ମାହୋଲ ଥିଲା ବେଳେ ବ୍ରହ୍ମପ୍ରକାଶ ଆରାମରେ ନିଜ ଘରେ ବସି ଖାଉଥିଲା। ଅବଶ୍ୟ ପୁଲିସ ଆସୁଥିବା ଖବର ପାଇଲା ପରେ ଚମ୍ପଟ ମାରିଥିଲା। କିଛି ଘଣ୍ଟା ପରେ ପୁଲିସ ତାକୁ ଧରିଥିଲା। ପୁଲିସ ଏବେ ଅଭିଯୁକ୍ତର ଅପରାଧିକ ଓ ମାନସିକ ବ୍ୟବହାରକୁ ଯାଞ୍ଚ କରୁଛି। ପୁଲିସ ଅନୁସାରେ, ଗଲା ବର୍ଷ ବି ସେ ସ୍ୱାତୀଙ୍କ ଘରେ ଜବରଦସ୍ତି ପଶିଥିଲା। ସ୍ୱାତୀ ପୁଲିସକୁ ୧୧୨ରେ ଡାଏଲ କରି ଡାକିଥିଲେ। ପୁଲିସ ବ୍ରହ୍ମପ୍ରକାଶକୁ ପିଟିଥିଲା। ଆଉ ସ୍ୱାତୀକୁ ଭୁଲ୍ ମାଗିଥିଲା ବ୍ରହ୍ମପ୍ରକାଶ। ସେ ମାମଲାରେ ଏତଲା ବି ଦିଆଯାଇଥିଲା। ଗଲା ରବିବାର ରାତିରେ ଏହି ଲୋମହର୍ଷକ ଟ୍ରିପଲ ମର୍ଡର ହୋଇଥିଲା। ରବିବାର ରାତିରେ ସ୍ୱାତୀଙ୍କ ସ୍ୱାମୀ ବୀରେନ୍ଦ୍ର କନଷ୍ଟ୍ରକ୍ସନ ସାଇଡକୁ କାମ କରିବାକୁ ବାହାରିଥିଲେ। ଏ କଥା ବ୍ରହ୍ମପ୍ରକାଶକୁ ଜଣାଥିଲା। ଆଉ ଘରେ ସ୍ୱାତୀ ଏକୁଟିଆ ଥିବା ଦେଖି ଏହାର ଫାଏଦା ଉଠାଇବାକୁ ଚିନ୍ତା କରିଥିଲା। ଆଉ ସ୍ୱାତୀଙ୍କୁ ଦୁଷ୍କର୍ମ ଉଦ୍ୟମରେ ଘରେ ପଶିଥିଲା। ବ୍ରହ୍ମପ୍ରକାଶ ଘରେ ପଶିବା ମାତ୍ରେ ଚିଲେଇଥିଲେ ସ୍ୱାତୀ। ସେ ସ୍ୱାତୀଙ୍କ କପଡ଼ା ଓହ୍ଲାଇବାକୁ ଚେଷ୍ଟା କରିଥିଲା। ଆଉ ବିରୋଧ କରିବାରୁ ସ୍ୱାତୀକୁ ଛୁରୀ ମାଡ଼ କରିଥିଲା। ସ୍ୱାତୀଙ୍କ ତଣ୍ଟିକୁ କାଟି ଦେଇଥିଲା। ଆଉ ଚିତ୍କାର ଶୁଣି ସ୍ୱାତୀଙ୍କୁ ରକ୍ଷା କରିବାକୁ ଯାଇଥିବା ଦମ୍ପତ୍ତି ବିଜୟ ଓ ସୁନୀତା ବି ହତ୍ୟାର ଶୀକାର ହେଲେ। ଅଭିଯୁକ୍ତ ବ୍ରହ୍ମପ୍ରକାଶ ୧୫ ବର୍ଷ ତଳେ ନିଜ ଗାଁ ଛାଡ଼ି ପତ୍ନୀଙ୍କ ସହ ସୋନିପତ ଆସିଥିଲା। ମହାରାଷ୍ଟ୍ରରେ ତା ନାଁରେ ପୂର୍ବରୁ ଏକ ମାମଲା ଅଛି। ଯେଉଁ କେସରେ ତାକୁ ୬ ବର୍ଷ ସଜ୍ଜା ହୋଇଥିଲା। ସେ ସେତେବେଳେ ଟ୍ରକ ଡ୍ରାଇଭର କାମ କରୁଥିଲା। ସେ ପଞ୍ଚମ ଯାଏ ପଢ଼ିଛି। ବ୍ରହ୍ମପ୍ରକାଶ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା।
