ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ

ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୈଭବ- ଟେଷ୍ଟ ଫର୍ମାଟରେ ଖେଳାଅନି ବୋଲି କାହିଁକି କହିଲେ ଗାଙ୍ଗୁଲି
IPL 2026 ରେ ବିସ୍ଫୋରକ ବ୍ୟାଟିଂ। ଏବେ ସମଗ୍ର କ୍ରିକେଟ୍ ଜଗତର ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ରାଜସ୍ଥାନ ରୋୟାଲ୍ସ ପକ୍ଷରୁ ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ଏଲିମିନେଟର ମୁକାବିଲାରେ ସେ କେବଳ ୨୯ଟି ବଲରେ ୯୭ ରନ୍ କରିଥିଲେ। ଏହି ଧୁଆଁଧାର ଇନିଂସରେ ସେ ୧୨ଟି ଛକା ମାରିଥିଲେ ଏବଂ ଦଳକୁ ୪୭ ରନ୍ର ବଡ଼ ଜୟ ଦେଇ Qualifier-2 କୁ ପହଞ୍ଚାଇଥିଲେ। ତେବେ ସେ ଏହି ଇନିଂସରେ ଅନେକ IPL ରେକର୍ଡ ଭଙ୍ଗ କରିଛନ୍ତି। ୬୫ଟି ଛକା ସହ ସେ ଏହି ସିଜନର ସର୍ବାଧିକ ଛକା ମାରୁଥିବା ଖେଳାଳି ହୋଇଛନ୍ତି ଏବଂ କ୍ରିସ୍ ଗେଲଙ୍କ ପୁରୁଣା ରେକର୍ଡକୁ ପଛକୁ ଛାଡ଼ିଛନ୍ତି। କ୍ରିକେଟର ୟୁନିଭର୍ସ ବସ କ୍ରିସ ଗେଲଙ୍କ ୫୯ ଛକାର ରେକର୍ଡ ଭାଙ୍ଗିଦେଲେ। ବୈଭବ ଏମିତି ଜଣେ ଖେଳାଳୀ, ଯିଏ ଗୋଟିଏ ସିଜିନରେ ୬୦ରୁ ଅଧିକା ଛକା ମାରିସାରିଛନ୍ତି। କେବଳ ୧୫ ବର୍ଷ ବୟସରେ ସେ IPL 2026 Orange Cap ଦୌଡ଼ରେ ଶୀର୍ଷସ୍ଥାନରେ ଅଛନ୍ତି। ୧୫ଟି ମ୍ୟାଚରେ ସେ ୬୮୦ ରନ୍ କରିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୪୦ରୁ ଅଧିକ ରହିଛି। ୬୮୦ ରନରୁ କେବଳ ବାଉଣ୍ଡ୍ରିରେ ୬୧୦ ରନ୍ କରିଛନ୍ତି। ଏଥିରେ ୬୫ ଛକା ସହ ମୋଟ୍ ୩୯୦ ରନ୍ ଓ ୫୫ ଚୌକା ସହ ମୋଟ୍ ୨୯୦ ରନ୍ ସାମିଲ। ପ୍ରଥମେ ଯୁବ ଟେଷ୍ଟ କ୍ରିକେଟରେ ସବୁଠାରୁ ଦ୍ରୁତ ସେଞ୍ଚୁରି ମାରି ଚର୍ଚ୍ଚାରେ ଥିଲେ। ପରେ ସେ Rajasthan Royals ସହ IPL ଚୁକ୍ତି କରିଥିବା ସବୁଠାରୁ କମ୍ ବୟସର ଖେଳାଳି ସାଜିଥିଲେ। ସେ ବିହାରର। ୨୦୨୫ରେ ରାଷ୍ଟ୍ରୀୟ ବାଳ ପୁରଷ୍କାର ସହ ୨୦୨୬ରେ U19 ଓ୍ୱାର୍ଲଡ କପରେ Player of the Tournament ପୁରସ୍କାର ମଧ୍ୟ ଜିତିଛନ୍ତି। BCCI ତାଙ୍କୁ ଶୀଘ୍ର ଭାରତୀୟ ସିନିୟର ଦଳରେ ସୁଯୋଗ ଦେବାକୁ ଭାବୁଛି। ଯଦିଓ ଅନେକ ବିଶେଷଜ୍ଞ ତାଙ୍କର କମ୍ ବୟସକୁ ଧ୍ୟାନରେ ରଖି ସାବଧାନ ଭାବେ ଆଗକୁ ନେବାକୁ ପରାମର୍ଶ ଦେଉଛନ୍ତି। ବୈଭବ କ୍ରିକେଟକୁ ପ୍ରାଥମିକତା ଦେବାକୁ ଯାଇ ଚଳିତ ବର୍ଷ ଦଶମ ପରୀକ୍ଷା ଦେଇପାରିଲେନି। ସେ ବିହାରର ତାଜପୁରର ମଡେଷ୍ଟି ସ୍କୁଲର ଛାତ୍ର ଅଟନ୍ତି। କେବଳ ୧୫ ବର୍ଷରେ ସେ କୋଟିପତି ସାଜିଛନ୍ତି। ସେ ଗଲା ବର୍ଷ ଆଇପିଏଲ ନିଲାମୀରେ ଆସିଥିଲେ। ରାଜସ୍ଥାନ ରୟାଲ୍ସ ତାଙ୍କର ବେସ୍ ପ୍ରାଇଜ୍ ୩୦ଲକ୍ଷକୁ ବଢ଼ାଇ ୧.୧ କୋଟିରେ ତାଙ୍କୁ କିଣିଥିଲା। ଏହା ପରେ ଚଳିତ ବର୍ଷ ରାଜସ୍ଥାନ ରୟାଲ୍ସ ଚାଙ୍କୁ ରିଟେନ କରିଥିଲା। ଏବା ବୈଭବଙ୍କ ନେଟଓ୍ୱର୍ଥ ଅଢ଼େଇ କୋଟିରୁ ୩ କୋଟି ହେବ। ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ସିଲେକ୍ସନ ନେଇ ଲଗାତାର ଚର୍ଚ୍ଚା ଚାଲିଛି। ହେଲେ ଏହାରି ଭିତରେ ଭାରତର ପୂର୍ବତନ କ୍ୟାପଟେନ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସିଲେକ୍ଚରଙ୍କୁ ଆଲର୍ଟ କରିଦେଇଛନ୍ତି। ବୈଭବଙ୍କୁ ଟେଷ୍ଟ ଫର୍ମାଟରେ ସିଲେକ୍ସନ ନ କରିବାକୁ ପରାମର୍ଶ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି, ବୈଭବଙ୍କ ଭିତରେ ବଡ଼ ପ୍ରତିଭା ରହିଛି। ସୂର୍ଯ୍ୟବଂଶୀ ଫାଷ୍ଟ କ୍ଲାସ କ୍ରିକେଟ ଖେଳି ନିଜକୁ ଆହୁରି ବିକଶିତ କରନ୍ତୁ। ଏହା ସହ ଗାଙ୍ଗୁଲି କହିଛନ୍ତି, ବୈଭବଙ୍କୁ ଟି-ଟ୍ୱେଣ୍ଟି ଫର୍ମାଟରେ ସାମିଲ କରିବାରେ କୌଣସି ଆପତ୍ତି ନାହିଁ।
