ସବୁ କଳ୍ପନା ଜଳ୍ପନାରୁ ଉଠିଲା ପରଦା । ଆଇସିସି ଚମ୍ପିୟନ୍ସ ଟ୍ରଫି ପାଇଁ ୧୫ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମା ଅଧିନାୟକ ରହିବେ। ପ୍ରଥମଥର ଶୁଭମନ୍ ଗିଲଙ୍କୁ ଉପଅଧିନାୟକ ପଦ ଦିଆଯାଇଛି । ଜଶପ୍ରୀତ ବୁମରାଙ୍କ ପାଇଁ ଫିଟନେସ ସର୍ତ୍ତ ରଖାଯାଇଛି। ୧୪ ମାସ ପରେ ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । ତେବେ ତାଲିକାରେ ଅଛନ୍ତି, ବିରାଟ କୋହଲି, ଶ୍ରେୟସ ଆୟର, କେଏସ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ,ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର,କୁଲଦୀପ ଯାଦବ,ଅର୍ଶଦୀପ ସିଂ ପ୍ରମୁଖ।ଫେବୃଆରୀ ୧୯ରୁ ଚମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଥିବା ବେଳେ ୨୦ ତାରିଖରେ ଅଭିଯାନ ଆରମ୍ଭ କରିବ ଭାରତ । ପ୍ରଥମ ମ୍ୟାଚ ବାଙ୍ଗଲାଦେଶ ବିପକ୍ଷରେ ଥିବା ବେଳେ ୨୩ରେ ପାକିସ୍ତାନକୁ ଭେଟିବ ଭାରତ । ଅନ୍ୟପଟେ ଗାଭାସ୍କର ଟ୍ରଫି ହାରିବା ପରେ ବିସିସିଆଇ ଖେଳାଳିଙ୍କ ଶୃଙ୍ଖଳା,ପ୍ରଦର୍ଶନକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।୧୦ ସୂତ୍ରୀ ଗାଇଡଲାଇନ ଦେଇଛି ।ଯାହାକୁ ମାନି ଟ୍ରଫି ସମୟରେ ଖେଳାଳିଙ୍କୁ ରହିବାକୁ ପଡ଼ିବ । ଏବଂ ଗତ ସିରିଜ ସମୟରେ ଡ୍ରେସିଂରୁମର ଗୁମର ବାହାରକୁ ଆସିବା, ସମନ୍ୱୟର ଅଭାବ ରହିବା ଭଳି ଅନେକ ଅଭିଯୋଗ ହୋଇଥିଲା ଯାହା ଏଥର ଯେଭଳି ନହେବ ସେ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now