କୋରାପୁଟରେ ବିପୁଳ ମାତ୍ରାରେ ଗଂଜେଇ ଜବତ

Spread the love

aଭୁବନେଶ୍ୱର : କୋରାପୁଟ କୋରାପୁଟ ଜ଼ିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ବଡ ଦେବତା ଛକ ନିକଟରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପାଡୁଆ ପୋଲିସ ବିପୁଳ ମାତ୍ରାରେ ଗଂଜେଇ ଜବତ କରିଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜ଼ିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ବଡ ଦେବତା ଛକ ନିକଟରେ ପୋଲିସ ଗାଡି ଗୁଡିକ ଯାଞ୍ଜ କରୁଥିବା ସମୟରେ ମହାରାଷ୍ଟ୍ର ନମ୍ବର ଥିବା ଗୋଟେ କାର ରୁ ୭ ବସ୍ତା ଗଞ୍ଜେଇ ବାହାରିଥିଲା କ୍ଷ ପାଡୁଆ ପୋଲିସ ଗଞ୍ଜେଇ ବସ୍ତା ଜବତ କରିବା ସହିତ ଗାଡ଼ିରେ ଥିବା ମହାରାଷ୍ଟ୍ର ର ଦୁଇ ଜଣଙ୍କୁ ଗିରଫ କରିଛି ।

ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ୭ ଟି ବସ୍ତାରୁ ୧୫୧ କେଜି ଗଞ୍ଜେଇ ବାହାରିଥିଲା । ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ । ଏହି ଗଞ୍ଜେଇ କୋରାପୁଟ ଜ଼ିଲ୍ଲାରୁ ବାହାର ରାଜ୍ୟ କୁ ଚୋରା ଚାଲାଣ ହେଉଥିଲା

Leave a Reply

Your email address will not be published. Required fields are marked *