ପାକିସ୍ତାନ ମୌଲାନା ତାରିକ୍ ଜାମିଲର ଲଜ୍ଜାଜନକ ଅପିଲ୍। ଭାରତ ସହ ଯୁଦ୍ଧରେ ପାକସ୍ତାନ ଜିତିଥିବାର ଦାବି କରି ତାରିକ୍ ପାକିସ୍ତାନୀ ଜନତାଙ୍କୁ ଅପିଲ୍ କରିଛି ଯେ, ସେମାନେ ନିଜ ଝିଅଙ୍କୁ ସେନା ପାଖକୁ ପଠାନ୍ତୁ। ଏଥିରେ ପାକିସ୍ତାନୀ ସେନାର ମନୋବଳ ବଢ଼ିବ। କାରଣ ସିପାହୀ ଯୁଦ୍ଧ କରି ଥକି ଯାଇଛନ୍ତି। ସେମାନେ ଏବେ ଆରାମ୍ କରିବାର ବେଳ। ଆଉ ସେମାନଙ୍କ ପାଖକୁ ଝିଅ ପଠାଇ ସିପାହୀଙ୍କୁ ଆରାମ କରିବାରେ ସହଯୋଗ କର। ତେବେ ସୋସିଆଲ ମିଡ଼ିଆରେ ଏଭଳି ଲଜ୍ଜାଜନକ ଅପିଲର କଥା ବେଶ୍ ଭାଇରାଲ ହେଉଥିଲା ବେଳେ ଏହା ଡାହା ମିଛ ବୋଲି ଜଣାପଡ଼ିଛି। ମୌଲାନା ତାରିକ୍ ଜାମିଲ୍, ପାକିସ୍ତାନୀ ଇସଲାମିକ୍ ବିଦ୍ୱାନ ଭାବେ ଜଣାଶୁଣା। ସେ ମହିଳା ବିରୋଧୀ ହିଂସାକୁ ସର୍ବଦା ବିରୋଧ ସହ ମହିଳାଙ୍କ ମର୍ଯ୍ୟାଦା ରକ୍ଷା ଲାଗି ଗୁରୁତ୍ୱ ଦେଇଆସୁଛନ୍ତି। ମହିଳାଙ୍କୁ ସେ ସବୁବେଳେ ଗୌରବର ଉତ୍ସ ବୋଲି ଅଭିହିତ କରି ଆସୁଛନ୍ତି। ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ କାହାକୁ ଆକ୍ଷେପ କରିବା ପୂର୍ବରୁ ଫ୍ୟାକ୍ଟ ଚେକ୍ ଲାଗି ଅପିଲ୍ କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now