ପୁଲବାମାର ଲିଥପୋରା ଅଂଚଳରେ ଛଅ ଦୋକାନକୁ ଏନ୍‌ଆଇଏ କଲା ଜବତ

Spread the love

ପୁଲବାମା : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି(ଏନ୍‌ଆଇଏ) ବୁଧବାର ଦିନ ପୁଲବାମା ଜିଲ୍ଲାର ଲିଥପୋରା ଅଂଚଳରେ ଛଅ ଦୋକାନକୁ ଜବତ  କରିଛି ।

ଜଣେ ଅଧିକାରୀ କହିଛନ୍ତି ଯେ ଲିଥପୋରା ଅବନ୍ତିପୋରାରେ ୫.୫ ମରଲାରେ ଅଧିକ ନିର୍ମିତ ଛଅ ଦୋକାନର ରୂପରେ ସମ୍ପତି ଏନ୍‌ଆଇଏ ଜବତ  କରିଛି । ସେ କହିଛନ୍ତି ଯେ ଏହି ସମ୍ପତି ଡିସେମ୍ବର ୨୦୧୭ରେ ସିଆର୍‌ପିଏଫ୍ ଗ୍ରୁପ୍ ସେଂଟରରେ ହୋଇଥିବା ଆକ୍ରମଣରେ ସାମିଲ ଅଭିଯୁକ୍ତ ଫୟାଜ ଅହମ୍ମଦ ମାଗରେର, ଯିଏ ଏନ୍‌ଆଇଏର କେସ ନମ୍ବର ଆର୍‌ସି-୧୦/୨୦୧୮/ଏନ୍‌ଆଇଏ/ଡିଏଲ୍‌ଆଇରେ ଅଭିଯୁକ୍ତ ଅଟେ ।

ଏହି ଆକ୍ରମଣରେ ସିଆର୍‌ପିଏଫ୍‌ର ପାଂଚ ଯବାନ ନିଜ ପ୍ରାଣର ବଳିଦାନ ଦେଇଥିଲା ଏବଂ ତିନି ଅନ୍ୟ ଆହତ ହୋଇଥିଲେ । ତେବେ ଯବାବରେ କାର୍ଯ୍ୟାନୁଷ୍ଠାନରେ ତିନି ଆତଙ୍କି ମୃତହୋଇଥିଲେ ।

Leave a Reply

Your email address will not be published. Required fields are marked *