Balangirଅପରାଧ

ନିଶାସକ୍ତ ସ୍ୱାମୀର ଉନ୍ମତ କାଣ୍ଡ : ଛୁରୀରେ ପତ୍ନୀକୁ ଆକ୍ରମଣ

ବଲାଙ୍ଗିର : ଯୌତୁକ ଦାବୀ କରି ଜଣେ ନିଶାଶକ୍ତ ସ୍ୱାମୀଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି । ପୀଡ଼ିତା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଂଚାୟତ ଅନ୍ତର୍ଗତ ସାଲେମୁଡଗା ଗାଁର ମକରଧ୍ୱଜ ବାଗଙ୍କ କନ୍ୟା ପଦ୍ମିନୀ ବାଗଙ୍କୁ ପ୍ରାୟ ୨ ବର୍ଷ ତଳେ ବଙ୍ଗୋମୁଣ୍ଡା ହରିଜନପଡା ନିବାସୀ ଠାକୁର ତାଣ୍ଡିଙ୍କ ପୁଅ ଡୋଲାମଣି ତାଣ୍ଡିଙ୍କୁ ବିବାହ କରିଥିଲେ । ସେତେବେଳେ ମୁଁ ଏବେ ବାହା କରାଇବାକୁ ଆର୍ôଥକ ଭାବେ ସକ୍ଷମ ନୁହେଁ ବୋଲି କନ୍ୟାପିତା କହିବାରୁ ଡୋଲାମଣି ‘ମତେ କୌଣସି ଯୌତୁକ ଦରକାର ନାହିଁ, ମତେ ଆପଣଙ୍କ ଝିଅ ଦରକାର’ ବୋଲି କହି ପଦ୍ମିନୀଙ୍କୁ ବିବାହ କରିଥିଲେ । ପଦ୍ମିନୀଙ୍କ କହିବା ଅନୁସାରେ, ତାଙ୍କ କୋଳରେ ଏବେ ୯ ମାସର ଶିଶୁକନ୍ୟା ରହିଥିଲେ ବି ପ୍ରାୟ ବର୍ଷେ ହେବ ସ୍ୱାମୀ ଡୋଲାମଣି ଯୌତୁକ ଦାବୀ କରି ପଦ୍ମିନୀଙ୍କୁ ଲଗାତାର ଗାଳି ଗୁଲଜ, ମାଡ଼ପିଟ କରିଆସୁଥିଲେ । ପଡୋଶୀମାନେ ଡୋଲାମଣିଙ୍କୁ ମନା କଲେ ସୁଦ୍ଧା ସେ କାହାକୁ ଖାତିର ନକରି ପଦ୍ମିନୀଙ୍କୁ ଶାରିରୀକ ତଥା ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଶେଷରେ ଗତ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନିଶାସକ୍ତ ସ୍ୱାମୀ ଡୋଲାମଣୀ ନିଜ ସ୍ତ୍ରୀ ପଦ୍ମିନୀଙ୍କୁ ଅମାନୁଷିକ ଭାବେ ଛୁରୀରେ ଆକ୍ରମଣ କରିଥିବା ବେଳେ ପଦ୍ମିନୀଙ୍କ ଆଖି ପାଖ ଓ କପାଳରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମଦ୍ୟପ ସ୍ୱାମୀଙ୍କ ଏଭଳି ନୃଶଂସ ଆଚରଣ ଦେଖି ପଡୋଶୀ ଲୋକେ ପଦ୍ମିନୀଙ୍କୁ ଉଦ୍ଧାର କରିଥିବାରୁ ତାଙ୍କ ପ୍ରାଣ ବଂଚିଗଲା ବୋଲି ପଦ୍ମିନୀ କହିଛନ୍ତି । ପଦ୍ମିନୀଙ୍କ ମାତାପିତା ଖବର ପାଇ ଲହୁଲୁହାଣ ଝିଅକୁ କଂଟାବାଞ୍ଜି ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇ ରବିବାର ଦିନ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଥିଲେ । ଏନେଇ ଥାନାଧିକାରୀ ପ୍ରଣୟ ମୁର୍ମୁ କେସ୍ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ବର୍ତମାନ ପଦ୍ମିନୀ ନିଜର ଶିଶୁକନ୍ୟା ସହ ତାଙ୍କ ବାପଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button