ଚାରିଗାଁ ଗ୍ରାମ ସରପଞ୍ଚଙ୍କ ସତ୍ୟପାଠର ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନର୍ଦ୍ଦେଶ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅଧିନ ଚାରିଗାଁ ପଂଚାୟତର ସରପଞ୍ଚ ଭାରତୀ ମଲିକଙ୍କ ୨୦୨୨ ପଂଚାୟତ ନିର୍ବାଚନ କାଳୀନ ସତ୍ୟପାଠ ଦାଖଲକୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ କମିଶନରଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ହୋଇଥିବା ଜଣାପଡିଛି । ସରପଞ୍ଚ ଭାରତୀଙ୍କ ସତ୍ୟପାଠ ମିଥ୍ୟା ବୋଲି ଅଭିଯୋଗ କରି ଚାରିଗାଁ ପଂଚାୟତ ର ସୁଶାନ୍ତ କୁମାର ସେଠୀ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ମୁତାବକ ଭାରତୀଙ୍କ ସ୍ୱାମୀ ଜଣେ ପିଡବ୍ଲୁଡି ର ‘ଏ’ କ୍ଲାସ ଠିକାଦାର ଥିବାବେଳେ ପ୍ରାୟ ୧୦ ବର୍ଷ ପୂର୍ବରୁ ଠିକାଦାରୀ ଲାଇସେନ୍ସ ହାସଲ କରି ସରକାରଙ୍କ ସହିତ ଆର୍ଥିକ କାରବାରରେ ସଂପୃକ୍ତ ଅଛନ୍ତି । ପଞ୍ଚାୟତ ନିର୍ବାଚନ ସମୟରେ ଭାରତୀ ଏହି ତଥ୍ୟକୁ ଲୁଚାଇ ସତ୍ୟପାଠ ଦେଇଥିବାରୁ ଏହାହୁ ନେଇ ସୁଶାନ୍ତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନରଙ୍କ ଲ’ ଅଫିସର କାର୍ଯ୍ୟାଳୟ ଚିଠି ନଂ-୧୮୬୮, ତା-୨୩.୦୫.୨୦୨୩ ରିଖ ଚିଠି ମାଧ୍ୟମରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *