Malkangiri

ଜିଲ୍ଲା ଟପ୍ପର ଏବେ ଦିନମଜୁରିଆ

ମାଲକାନଗିରି : ଅଭାବ ଅନଟନ ଯୋଗୁ ମେଧାବୀ ଛାତ୍ରୀ ପାଲଟିଛି ଦିନ ମଜୁରିଆ । ଡହଡହ ଖରାରେ ପଥର ବୋଝେଇ ଝୁଡି ବୋହୁଛି ବଣ୍ଡା ଜନଜାତିର ଏହି ଝିଅ କର୍ମା ମୁଦୁଲି । ନିଜ ପଢା ଖର୍ଚ୍ଚ ମେଂଟାଇବାକୁ ହାଡଭଙ୍ଗା ପରିଶ୍ରମ କରୁଛି । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିଲେ କର୍ମା । ଆଉ ତାପରେ ରମାଦେବୀ ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ । ହେଲେ ଅଭାବ ଯୋଗୁ ପଢା ଖର୍ଚ୍ଚ ତୁଲାଇନପାରି ଦିନ ମଜୁରିଆ କାମ କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ବଣ୍ଡା ଜନଜାତିଙ୍କ ପାଇଁ ପ୍ରଶାସନ ପକ୍ଷରୁ ଅନେକ ଯୋଜନା ମାନ କରାଯାଉଛି । ହେଲେ ଏହି ମେଧାବୀ ଛାତ୍ରୀ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ତାକୁ ନେଇ ଏବେ ଅନେକ ପ୍ରଶ୍ନ ।

Related Articles

Leave a Reply

Your email address will not be published.

Back to top button