ଚର୍ଚ୍ଚାରେ ନୟାଗଡର ତାପସ ରଞ୍ଜନ ପାଢ଼ୀ

Spread the love

ନୟାଗଡ: ଧଳା ଘୁଷୁରୀ ଚାଷ କରି ଚର୍ଚ୍ଚାରେ ନୟାଗଡର ତାପସ ରଞ୍ଜନ ପାଢ଼ୀ । ୟ୍ୟୁଟୁବ ଶିଖାଇଲା ରୋଜଗାରର ନୂଆ ପନ୍ଥା। ଧଳା ଘୁଷୁରୀ ଚାଷ କରି ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି । ତେବେ ୬ ମାସ ମଧ୍ୟରେ ୧ ହଜାର ଘୁଷୁରୀରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି ତାପସ । ଆଗକୁ ବେଶ ଲାଭ ବାନ ହେବାକୁ ମଧ୍ୟ ଲକ୍ଷ ରଖିଛନ୍ତି l

ଧଳା ଘୁଷୁରୀ ଚାଷ କରି ଚର୍ଚ୍ଚାରେ ନୟାଗଡର ତାପସ ରଞ୍ଜନ ପାଢ଼ୀ l ନୟାଗଡ ସହର ଠାରୁ କିଛି ଦୂରରେ କୁଷପାଣ୍ଡେରୀ ଗାଁ l ପ୍ରଥମେ ୧୦ଟି ଧଳା ଘୁଷୁରୀ ଆଣିଥିଲେ ତାପସ l ୫ରୁ ୬ମାସ  ମଧ୍ୟରେ ଘୁଷୁରୀଙ୍କ ସଂଖ୍ୟ ବୃଦ୍ଧି ହୋଇ ବର୍ତ୍ତମାନ ୮୦ରେ ପଂହଁଚି ଥିଲା l ଘୁଷୁରୀର ସଂଖ୍ୟା ବୃଦ୍ଧି ଦେଖି ଚାଷ ପାଇଁ ତାଙ୍କର ଆଗ୍ରହ ବଢିଥିଲା l  ଏବେ ସେ ପଞ୍ଜାବରୁ ଆଉ ୮୦ଟି ଘୁଷୁରୀ ଆଣିଥିବା ବେଳେ ବର୍ତମାନ ତାଙ୍କ ପାଖରେ ୧୬୦ଟି ଘୁଷୁରୀ ଅଛନ୍ତି l

ୟୁଟ୍ୟୁବରୁ ଚାଷ ପ୍ରଣାଳୀ ଦେଖି  ଘୁଷୁରୀ ରହିବା ସ୍ଥାନ ସଫା କରିବା, ଠିକ ସମୟରେ ମେଡ଼ିସିନ ଦେବା, ଦାନ୍ତ ଓ ଲାଞ୍ଜ କାଟିବା ସହ  ସକାଳେ ଓ ସନ୍ଧ୍ୟାରେ ଦାନା ଦିଆଯାଉଛି l ଜ଼ିଲ୍ଲାର କିଛି ଚାଷୀ ଘୁଷୁରୀ ଚାଷ ପାଇଁ ମନବଳାଇ ପ୍ରଣାଳୀ ଶିଖି ଯାଉଛନ୍ତି l କିନ୍ତୁ କୌଣସି ସରକାରୀ ସହାୟତା ମିଳିନଥିବା ବେଳେ ନିଜ ଟଙ୍କାରେ କରୁଛନ୍ତି ଘୁଷୁରୀ ଚାଷ l ୬ ମାସ ମଧ୍ୟରେ ୧ ହଜାର ଘୁଷୁରୀରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି ତାପସ l

ଦେବବ୍ରତ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *