୨0 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ। ଉର୍ନ୍ନତି ମୂଳକ କାର୍ଯ୍ୟର ବିଲ କରିବା ପାଇଁ ଖଣ୍ଡପଡା NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ତାଙ୍କ ସରକାରୀ ବାସଭାବନରେ ନେଉଥିଲେ ଲାଞ୍ଚ। ଠିକାଦାର ଜିତେନ୍ଦ୍ର ନାରାୟଣ ମିଶ୍ର ଖଣ୍ଡପଡା NAC ଅଞ୍ଚଳରେ ଟେଣ୍ଡର କାମ କରୁଥିଲେ। ସେହି କାର୍ଯ୍ୟର ବିଲ କରାଇଦେବାପାଇଁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ନିର୍ବାହୀ ଅଧିକାରୀ। ତାଙ୍କ ସରକାରୀ ବାସ ଭବନରେ ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର, ଖୋର୍ଦ୍ଧା ଓ ନୟାଗଡ ଭିଜିଲାନ୍ସ ଟିମ ଧରିଥିଲେ। ଭିଜିଲାନ୍ସ ଟିମ ସରକାରୀ ବାସ ଭବନ ଓ ଖଣ୍ଡପଡା NAC ଅଫିସ ଯାଞ୍ଚ କରିଥିଲେ। ତେବେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ବହୁ ଦିନରୁ ଦୁର୍ନୀତିର ଅଭିଯୋଗ ହୋଇ ଆସୁଥିଲା । ଏହାସହ ବହୁ ଜରୁରୀ କାଗଜ ପତ୍ର ଜବତ ମଧ୍ୟ କରିଛି ଭିଜିଲାନ୍ସ ଟିମ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now