କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ଜନ୍ମମାଟିକୁ ପ୍ରଥମ ଥର ଗସ୍ତ କରିଛନ୍ତି । ପହଞ୍ଚିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ପାଛୋଟି ନେଲେ କେନ୍ଦୁଝରବାସୀ । ଘଟଗାଁରେ ରୋଡ୍ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ । ହଜାର ହଜାର ଲୋକ ତାଙ୍କୁ ଦେଖାକରି ନିଜ ନିଜ ସମସ୍ୟା ଜଣାଇବାକୁ ଅପେକ୍ଷା କରିଛନ୍ତି । ଆଜି କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଆସନ୍ତାକାଲି ନିଜ ଗାଁ ରାଇକଳା ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ରାଇକଳାରୁ ରୋଡ୍ ସୋ’ରେ ଝୁମ୍ପୁରା ପର୍ଯ୍ୟନ୍ତ ଯିବେ ମୋହନ ମାଝୀ । ଝୁମ୍ପୁରା ବ୍ଲକ ଦୁର୍ଗା ପଡ଼ିଆରେ ଜନସମାବେଶକୁ ସମ୍ବୋଧିତ କରିବେ । ଅପରାହ୍ଣରେ ନିଜ ଗାଁରେ ପହଞ୍ଚିବା ପରେ ଘରେ ମଧ୍ୟାହ୍ନ ଭୋଜନ କରିବେ । ଗାଁ ଲୋକଙ୍କ ସହ କଥା ହେବା ପରେ ସଂଧ୍ୟାରେ ଭୁବନେଶ୍ୱର ଫେରିଆସିବେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now