ଶୁକ୍ରବାର ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

Spread the love

ଗାନ୍ଧୀନଗର: ଦେଶରେ ଭାରତୀୟ ରେଳବାଇରେ ବ୍ୟାପକ ଉନ୍ନତି ହେବାକୁ ଯାଉଛି। ରେଳ ଯାତ୍ରାରେ ଆରାମ ଦାୟକ ଯାତ୍ରାକୁ ଗୁରୁତ୍ବ ଦେଇ ବନ୍ଦେ ଭାରତ ଏକ୍ସେପ୍ରେସ ଚଳାଚଳ କରିବାକୁ ଯାଉଛି। ଏହି ସେମି ହାଇ ସ୍ପିଡ ଟ୍ରେନ ପଟରିରେ ଦୌଡିବାକୁ ପ୍ରସ୍ତୁତ ହୋଇଛି। ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରେଳକୁ ପତାକା ଦେଖାଇ ଉଦ୍‌ଘାଟ କରିବାକୁ ଯାଉଛନ୍ତି।

ଏହି ଟ୍ରେନଟି ଗାନ୍ଧୀ ନଗରରୁ ମୁମ୍ବାଇ ମଧ୍ୟରେ ଯାତାୟାତ କରିବ। ଏହି ଟ୍ରେନରେ ଯାତ୍ରୀଙ୍କୁ ବିମାନ ଯାତ୍ରାର ସୁବିଧା ଉପଲବ୍ଧ ହେବ। ଟ୍ରେନର ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇ ବିଶେଷ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି।

ଦୁଇ ଦିନିଆ ଗୁଜରାଟ ଗସ୍ତରେ ମୋଦି। ମୋଦିଙ୍କ ଏହି ଗସ୍ତରେ ଆଇଆଇଟି ଦିଲ୍ଲୀର ଛାତ୍ର ପାଖାପାଖି ୬୦୦ ଡ୍ରୋନ ଦ୍ବାରା ମୋଦିଙ୍କ ସ୍ବାଗତ କରିଛନ୍ତି। ଏହି ଗସ୍ତରେ ଗୁଜୁରାଟ ଭାବନଗରରରେ ୬ ହଜାର କୋଟି ଟଙ୍କାର ଏକ ପ୍ରୋଯେକ୍ଟ ଉଦଘାଟନ କରିଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ତାର ପ୍ରସ୍ତୁତି ଜାରି ରଖିଛି। ତେବେ ମୋଦୀ ଗୁଜୁରାଟ ଗସ୍ତ କରି ବିଜେପି ସରକାରଙ୍କ ପ୍ରଚାର ପ୍ରସାର କରିଛନ୍ତି। ସୁରଟରେ ଏକ ବିଶାଳ ରାଲିକୁ ସମ୍ବୋଧନ କରିଛନ୍ତି।

ମୋଦି ତାଙ୍କ ଉଦବୋଧନରେ କହିଛନ୍ତି  ଗୁଜୁରାଟରେ ବିକାସ ଦିଗରେ ବିଜେପି କାମ କରୁଛି। ଦୁନିଆର ସବୁଠୁ ଶୀଘ୍ର ବିକଶିତ ସହର ମଧ୍ୟରେ ସୁରଟ ଅଛି।  ଏହାସହ ମଧ୍ୟ ସେ ଆହୁରି ଉଲ୍ଲେଖ କରିଛନ୍ତି ଏଠାକାର ବାଣିଜ୍ୟ କୋଟି କୋଟି ଲୋକଙ୍କୁ ରୋଜଗାର ଦେଉଛି। ତେବେ ମୋଦି ଆଜି ସନ୍ଧ୍ୟାରେ ମୋଟେରୋର ମୋଦି  ଷ୍ଟାଡିୟମରେ ୩୬ତମ ରାଷ୍ଟ୍ରୀୟ କ୍ରୀଡା ଉଦଘାଟନ କରିବେ।

Leave a Reply

Your email address will not be published. Required fields are marked *