DRIVER PROTEST_OVERALL…PKG
() ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ l ଡ୍ରାଇଭର ମାନଙ୍କ ପାଇଁ ବୀମା, ପେନସନ ସୁବିଧା, ସାମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମ ଘାର ନିର୍ମାଣ ସମେତ ଦଶ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓଲ୍ହାଇଛନ୍ତି l ଶହ ଶହ ସଂଖ୍ୟାରେ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି l ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନରେ ପ୍ରଭାବ ଦେଖିବାକୁ ମିଳିଛି…।
ସରକାର ଶୁଣୁନାହାନ୍ତି । ପ୍ରତିଶୃତି ଦେଇ ରଖୁନାହାନ୍ତି । ବାରମ୍ବାର ଦାବି ପରେ ବି ପୂରଣ ହେଉନି । ତାରିଖ ପରେ ତାରିଖ ବଦଳାଇ ଚାଲିଛନ୍ତି । ୨୦୧୪ରୁ ଆଜି ଯାଏଁ ଆମ ସହ ଛଳନା କରୁଛନ୍ତି । ଆଗରୁ ମଧ୍ୟ ଧାରଣା ଦେଇଚୁ କିନ୍ତୁ ଫଳ ଶୂନ। ଆମକୁ ସରକାର ସମ୍ପୂର୍ଣ ରୂପେ ଅଣଦେଖା କରୁଛନ୍ତି । ଯଦି ସରକାର କିଛି ବାଟ ପାଉନାହାନ୍ତି ତେବେ କୁହନ୍ତୁ ଆମେ ଆମ ବୁଦ୍ଧି ମୁତାବକ ଜ୍ଞାନ ଦେବୁ । ଏମିତି କ୍ଷୋଭ ନେଇ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ । କୋରାପୁଟରୁ ନେଇ ମୟୁରଭଞ୍ଜ । ଭୁବନେଶ୍ବରଠୁ ନେଇ ବରଗଡ ସବୁଠି ଖାଁ ଖାଁ ରାସ୍ତା ଘାଟ । ୧୦ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଧାରଣା। ପ୍ରଥମେ ଦାବି ପୂରଣ କରନ୍ତୁ ନକଲେ ୨୦୨୪ ନିର୍ବାଚନରେ ସରକାର ବଦଳିବା ସୁନିଶ୍ଚିତ କହି ଚେତାବନୀ ଦେଇଛନ୍ତି ଡ୍ରାଇଭର ସଂଘ ଖାଲି ସେତିକି ନୁହେଁ ଏହିଭଳି ଧାରଣାରେ ନାହିଁନଥିବା ଅସୁବିଧାମ ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ…।
ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସଡ଼କ ପରିବହନ ମୁଖ୍ୟ ସଚିବ ଉଷା ପାଢୀ । ସେ କହିଛନ୍ତି ବିଭିନ୍ନ ଡ୍ରାଇଭର ମହାସଂଘ ସହ ଆଲୋଚନା ହୋଇଛି l ଆମେ ତାଙ୍କର ସମସ୍ତ ଦାବି ଶୁଣିଛୁ l ସରକାର ମଧ୍ୟ ତାଙ୍କ ସମାସ୍ୟ ପ୍ରତି ସକାରାତ୍ମକ ଦୃଷ୍ଟିଭାବ ରଖିଛନ୍ତି l ଏବେ ମଧ୍ୟ କହୁଛୁ ସିଏ ଆସନ୍ତୁ ଆମ ସହ ଆଲୋଚନା କରନ୍ତୁ ଆଲୋଚନା ଓ ଚର୍ଚ୍ଚା ହିଁ ସମାଧାନର ମାଧ୍ୟମ ଅଟେ l ଆଗକୁ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଓ ବ୍ଲକ ସ୍ତରରେ ମଧ୍ୟ ବିଭିନ୍ନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। କିପରି ସେମାନେ ନିଜ କାମ ସୁରୁଖୁରୁରେ କରିପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ l
ବିଭିନ୍ନ ସ୍ଥାନରେ ରାସ୍ତାକୁ ଓଲ୍ଲାହି ପ୍ରତିବାଦ କରିଛନ୍ତି ଡ୍ରାଇଭର । 10ଦଫା ଦାବି ନେଇ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟ୍ରିରିଂଙ୍ଗ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ଡ୍ରାଇଭର ।
ବ୍ୟୁରୋ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now