ତାମିଲନାଡୁର ନାଗାପଟ୍ଟିନମ୍ ଅଞ୍ଚଳରେ ବାତ୍ୟା ଫେଙ୍ଗଲ୍ ପ୍ରଭାବରେ କୋଡିକକାରାଇରେ ସମୁଦ୍ର ଆଶାନ୍ତ ରହିଛି। ବିଶେଷକରି ମତ୍ସ୍ୟଜୀବୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ବାତ୍ୟା ସମସ୍ୟା ସୃଷ୍ଟି କରିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଫେଙ୍ଗଲ୍ ଅଧିକ ଘନୀଭୁତ ହେବାର ସମ୍ଭାବନା ଅଛି।
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଏକ ଘୂର୍ଣ୍ଣିବଳୟ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now