ଟିଟିଲାଗଡ ଶିକେର ମୁଖ୍ୟ ରାସ୍ତାରୁ ପୁଣି ପୁଳା ପୁଳା ନକଲି ନୋଟ ଜବତ ହୋଇଛି। ଭୁବନେଶ୍ୱର ଏସଟିଏଫ ଓ ଟିଟିଲାଗଡ ପୋଲିସ ଏକ ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଟିଟିଲାଗଡ ସିକେରର ମୁଖ୍ୟ ରାସ୍ତାରେ ଏମ ଡି ସବିର ଏବଂ ସିକିର ଗାଁର ନେତ୍ରା ରାଉତ ଏକ ବ୍ୟlଗରେ ନକଲି ନୋଟ ରଖି ମୂଲଚାଲ ପାଇଁ ଏକ ପାର୍ଟିକୁ ଅପେକ୍ଷା କରିଥିବା ସମୟରେ ହିଁ ମାଡ଼ି ବସିଥିଲା ପୋଲିସ ଟିମ। ସେମାନଙ୍କୁ ଠାରୁ ବ୍ୟାଗ ଭିତରୁ ୪୯ ହଜାର ଟଙ୍କା ୫ ସହ ଟଙ୍କିଆ ଜାଲ ନୋଟ ଜବତ କରିବା ସହ ଏହି ଘଟଣାର ମାଷ୍ଟର ମାଇଣ୍ଡ ମହମ୍ମଦ ସବିର ସମେତ ନେତ୍ର ରାଉତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ ଏସଡିପିଓ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now