ସୋନିଆ ମାୟାରେ ବାୟା ;ସୁପ୍ରିମକୋର୍ଟଙ୍କୁ ଫୁ !

Spread the love

ଧର୍ତ୍ତବ୍ୟ ଅପରାଧରେ ତୁରନ୍ତ ଏତଲା ରୁଜୁ କରିବା ବାଧ୍ୟତାମୂଳକ। ଏହା ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ରହିଛି। ହେଲେ ଏହାକୁ ମାନୁନାହାନ୍ତି ଅନେକ ଥାନା। ଏହାର ଜ୍ୱଳନ୍ତ ଉଦାହରଣ ହେଲା ବହୁ ଚର୍ଚ୍ଚିତ ଲୁମେକ୍ସ ଓ ବ୍ରାଇଟ୍‌ହୋମ୍ସ ଡେକର ସଂସ୍ଥା ଆଳରେ ଲୋକଙ୍କୁ ଚୂନ ଲଗାଇଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଏ ଯାଏ ବଡ଼ଗଡ ପୁଲିସ ଏତଲା ବି ପଞ୍ଜୀକରଣ କଲାନି। ଅବଶ୍ୟ ସମୟକ୍ରମେ ଠକେଇର ମୁଖ୍ୟ କିଙ୍ଗପିନ୍ ତଥା ମାଷ୍ଟରମାଇଣ୍ଡ ଦମ୍ପତ୍ତି ଏବେ ଜେଲରେ। ହେଲେ ଠକାମୀର ଚେର ଏତିକିରେ ସୀମିତ ନାହିଁ। ସେଥିଲାଗି ତ ଅନେକ ଥାନାରେ ଏକାଧିକ ଠକେଇ ମାମଲା ଗଡ଼ୁଛି। କିନ୍ତୁ ପୁଲିସ ଏତଲା ପଞ୍ଜୀକରଣ କଲେ ତ। ପୁଲିସ ଅବହେଳା କଲେ କି ଏତଲା ପଞ୍ଜୀକରଣ ନ କଲେ ଏହା ପଛରେ ଉପଯୁକ୍ତ କାରଣ ବି ଦର୍ଶାଇବା ଜରୁରୀ। ଲୁମେକ୍ସ ମହାଠକେଇ ମାମଲାରେ ଏମିତି ଚରମ ଅବହେଳା ଦେଖାଇଆସିଛି ଆଜିଯାଏଁ ବଡ଼ଗଡ ପୁଲିସ। ମେ ୪ରୁ ଏତଲା ଦିଆଗଲାଣି। ହେଲେ ଆଜି ଯାଏ ଏତଲା ରୁଜୁ କଲାନି ପୁଲିସ। ତଦନ୍ତ ଦୂରର କଥା। ଏତଲା ପଞ୍ଜୀକରଣ ହେଲାନି। ଇଏ ସେଇ ସୋନିଆ। ଯିଏ ୩୨ ମାସ ହେଲା ଫେରାର୍ ଥିଲେ। ଚେକ୍ ବାଉନ୍ସ ମାମଲାରେ ଜାମିନରେ ଯାଇଥିଲେ ସୋନିଆ। ଆଉ ଫେକ୍ ବେଲର ଦେଇ ଜାମିନ ପାଇଥିବା ଅଭିଯୋଗ ହୋଇଥିଲା। ପ୍ରଫେସନାଲ ବେଲରଙ୍କୁ ଧରି ଜାମିନ ପାଇଥିବା କଥା ଏଥିଲାଗି କୁହାଯାଉଛି ଯେ, ଯେଉଁ ଜାମିନଦାରଙ୍କ କଥା ପଡ଼ିଥିଲା, ସେ କୁଆଡ଼େ ଆଉ ଜୀବିତ ନାହାନ୍ତି। ଏ କଥା ପୁଷ୍ଟି କରିଥିଲେ ଜାମିନଦାରଙ୍କ ଝିଅ। ଆଉ କାରସାଦି କରି ସଂପୃକ୍ତ ମୃତ ଜାମିନଦାରଙ୍କ ଦସ୍ତାବିଜକୁ ଜାଲି କରି ବେଲ୍ ପାଇଥିବା ଚର୍ଚ୍ଚା ଚାଲିଛି।  ଏ ସମ୍ପର୍କରେ ମେ ୪ରେ ବଡ଼ଗଡ଼ ଥାନାରେ ଏତଲା ଦିଆଯାଇଥିଲା। ୨ ମାସ ଚାଲିଗଲା। ନା ଏତଲା ରୁଜୁ କଲା ପୁଲିସ ନା ତଦନ୍ତ କଲା। ବଡ଼ଗଡ଼ ଆଇଆଇସି, ଡିସିପି ଓ ସିପି ବି ଚୁପ୍। ଏଭଳି ଆଚରଣରୁ ଲାଗୁଛି, ଅଭିଯୁକ୍ତଙ୍କ ପ୍ରତି କଠୋର ହେଉଛି ପୁଲିସ ନା ସହଯୋଗ କରୁଛି। ପୂର୍ବରୁ ରାଜୀବ ଦାସଙ୍କୁ ଗିରଫ ବେଳେ ପୁରା କମିଶନରେଟ ପୁଲିସ ଯେମିତି ହାତ ଝାଡ଼ି ବସିଥିଲା। ଏବେ ବି ସମାନ ମୁଦ୍ରାରେ। ଏବେ ଦାବି ହେଉଛି। ତୁରନ୍ତ ଏତଲା ପଞ୍ଜୀକରଣ କରୁ ପୁଲିସ। ଅଭିଯୁକ୍ତଙ୍କୁ ସହଯୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ବି ଆକ୍ସନ ହେବା ଜରୁରୀ। ତା ହେଲେ ଯାଇ ଜଣେ ସାଧାରଣ ଲୋକର ଆଇନକାନୁନ ଓ ବ୍ୟବସ୍ଥା ଉପରେ ଭରସା ଆସିବ। ଓଡ଼ିଶା ସରକାର ଓ ପ୍ରଶାସନ ଲୋକକୈନ୍ଦ୍ରିକ ହେବା ଜରୁରୀ। ଫେକ୍‌ ପ୍ରଫେସନାଲ ବେଲର ଦେଇ ଜାମିନରେ ମୁକୁଳିବା କଅଣ ସଂଗଠିତ ଅପରାଧର ଅଂଶବିଶେଷ ନୁହେଁ କି। ପୁଲିସ, ଓକିଲଙ୍କ ମିଲିଭଗତରେ ଫ୍ରଡ୍ ହେଉଥିଲା ବେଳେ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ। ତା ହେଲେ ଯାଇ ନ୍ୟାୟର ମନ୍ଦିରରେ ନ୍ୟାୟ ମିଳିବ ବୋଲି ଥିବା ଭରସା ଅତୁଟ ରୁହନ୍ତା।

Leave a Reply

Your email address will not be published. Required fields are marked *