ଭାରତ-ପାକିସ୍ତାନ ସଂଘର୍ଷ ଉପରେ ଟ୍ରମ୍ପଙ୍କ ଦାବି: ଆମେ ବ୍ୟବସାୟ କଥା କହିଲୁ, ସେମାନେ ଗୁଳି ବନ୍ଦ କଲେ

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ହିଁ ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧକୁ ବନ୍ଦ କରିଥିଲେ। ତାଙ୍କ ନୀତି ଓ ବ୍ୟବସାୟର ଚାପ ଦେଇ ଭାରତ ଓ ପାକିସ୍ତାନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ସେ ବାଧ୍ୟ କରିଥିଲେ। ଟ୍ରମ୍ପ କହିଛନ୍ତି, “ଭାରତ ଓ ପାକିସ୍ତାନ ଗୁଳି ଚଲାଉଥିଲେ। ଆମେ ସେମାନଙ୍କୁ କହିଲୁ—ଯଦି ତୁମେ ଯୁଦ୍ଧ କରୁଛ, ତେବେ ଆମେ ବ୍ୟବସାୟ କରିବୁନାହିଁ।” ସେ ଏହାକୁ ତାଙ୍କ ସବୁଠାରୁ ଗର୍ବିତ ଅନୁଭବ କଲା ଭଲି ଅଭିଯାନ ବୋଲି କହିଛନ୍ତି।ଏପରି ଦାବି ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ୱାର ସ୍ପଷ୍ଟ କରିଛନ୍ତି ଯେ, ଏହି ଯୁଦ୍ଧ ବନ୍ଦ ପଛରେ କୌଣସି ତୃତୀୟପକ୍ଷର ଭୂମିକା ନାହିଁ। ତାଙ୍କ ଅନୁସାରେ, ଭାରତ ପ୍ରତିଷ୍ଠା କରିଥିବା “ଅପରେସନ୍ ସିନ୍ଦୂର” ଏବଂ ସେନା ଦ୍ୱାରା ଚାଳିତ କାର୍ଯ୍ୟାନୁଷ୍ଠାନର ଫଳସ୍ୱରୂପ ପାକିସ୍ତାନ ବିଚଳିତ ହୋଇ ସିଜ୍‌ଫାୟାର ପ୍ରସ୍ତାବ ଦେଇଥିଲା। ଏଭଳି ପରସ୍ପର ବିରୋଧାଭାସ ମନ୍ତବ୍ୟ ଭାରତ ଓ ଆମେରିକା ଭିତରେ ସମ୍ପର୍କକୁ ତିକ୍ତ କରିବାରେ ଲାଗିଛି। ଯୁଦ୍ଧ ବନ୍ଦ ଏହି ଘଟଣାକୁ ନେଇ ଦୁଇଟି ଭିନ୍ନ ମତ ଅଛି। ଟ୍ରମ୍ପ ଯେଉଁଠି ଆମେରିକାର ବ୍ୟବସାୟ ନୀତିକୁ ମୁଖ୍ୟ କାରଣ ଭାବେ ଦେଖୁଛନ୍ତି, ସେଠି ଭାରତ ଏହାକୁ ନିଜ ସ୍ୱାଧୀନ ସାମରିକ କାର୍ଯ୍ୟର ଫଳ ଭାବେ ଦେଖୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *