ଭୁବନେଶ୍ୱର: ଆଜି ନିଟ୍ ପରୀକ୍ଷା ଅନୁଷ୍ଠିତ ହେଊଛି । ରବିବାର ଅପରାହ୍ନ ୨ ଟା ରୁ ୫ ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ମଣିପୁର ଛଡା ଦେଶର ସମସ୍ତ ରାଜ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଦେଶରେ ପ୍ରାୟ ୨୦ ଲକ୍ଷ ୫୯ ହଜାର ୬ ଜଣ ପରିକ୍ଷାର୍ଥୀ ନିଟ୍ ପରୀକ୍ଷା ଦେବେ । ସେହିପରି ଓଡିଶାରେ ମୋଟ୍ ୫୬ ହଜାର ୯୮୯ ଜଣ ପରିକ୍ଷାର୍ଥୀ ନିଟ୍ ପରୀକ୍ଷା ଦେବେ । ଏଥିପାଇଁ ରାଜ୍ୟରେ ମୋଟ ୨୭ ସହରରେ ୧୨୫ ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । କେବଳ ଭୁବନେଶ୍ୱରରେ ୨୨ ଟି କେନ୍ଦ୍ର ହୋଇଥିବା ବେଳେ ୧୪,୪୮୧ ଜଣ ପରିକ୍ଷାର୍ଥୀ ନିଟ୍ ପରୀକ୍ଷା ଦେବେ ।


Naxatra News is now on Whatsapp
Join and get latest news update delivered to you via whatsapp
Join Now