ପଖାଳ ଶରୀର ଓ ମନ ପାଇଁ ବେଶ୍ ଶାନ୍ତିଦାୟକ। ଖରା ପାଗରେ ପଖାଳ ଖୁବ୍ ଉପକାରୀ। ତେଣୁ ଆମ ଓଡ଼ିଆଙ୍କ ପଖାଳ ସହ ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହିଆସିଛି କହି ବିଧାନସଭା ପରିସରରେ ପଖାଳ ଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଶ୍ୱ ପଖାଳ ଦିବସରେ ଏଭଳି ଢଙ୍ଗରେ ପଖାଳର ମହତ୍ତ୍ୱ କହି ସମସ୍ତଙ୍କୁ ଶୁଭେଛା ଦେଇ ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସହ ପଖାଳ ଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପଖାଳ ହେଉଛି ଓଡ଼ିଆଙ୍କ ସବୁଠୁ ପ୍ରିୟ ଖାଦ୍ୟ। ପଖାଳ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆତ୍ମା ବୋଲି କହିଛନ୍ତି ମୋହନ। ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ। ଆରାଧ୍ୟ ଦେବତା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପାଖରେ ବି ପଖାଳ ଭୋଗ ଲାଗିଥାଏ। ପଖାଳକୁ ନେଇ ଯୁଗ ଯୁଗ ଧରି ଆମ ଇତିହାସ ଓ ସାମାଜିକ ସହାବସ୍ଥାନ ସହ ଏକାକାର ହୋଇଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now