Koraput

ରାସ୍ତା କଡ଼ରୁ ମୃତ ଶିଶୁ ପୁତ୍ର ଉଦ୍ଧାର

ଜୟପୁର : କୋରାପୁଟ ଜିଲ୍ଲା ନନ୍ଦପୁର ପେଟ୍ରୋଲ ପମ୍ପ ନିକଟ ରାସ୍ତା କଡ଼ରୁ ୭ମାସ ର ନବ ଜାତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଜରି ମଧ୍ୟରେ ଘୋଡାଇ ହୋଇ ପଡିଥିବାବେଳେ ଜଣେ ଲୋକ ଏହାକୁ ଦେଖି ପୋଲିସକୁ ସୂଚନା ଦେଇଥିଲା । ନନ୍ଦପୁର ପୋଲିସ ଶିଶୁଟିକୁ ଉଧାର କରି ନନ୍ଦପୁର ମେଡିକାଲରେ ଭର୍ତି କରିଥିଲେ । ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ସୂଚନାଅନୁଯାୟୀ ନନ୍ଦପୁର ସ୍ଥିତ ପେଟ୍ରୋଲ ପମ୍ପ ନିକଟ ରାସ୍ତା କଡ଼ରେ ଏକ ନବଜାତ ଶିଶୁର ଶବ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ନନ୍ଦପୁର ପୋଲିସ କୁ ସୂଚନା ଦେଇଥିଲେ ଏବଂ ଘଟଣା ସ୍ଥଳରେ ପ୍ରଫୁଲ ଲାକ୍ରା ପହଞ୍ଚି ଶବକୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଏବଂ ନନ୍ଦପୁର କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ନନ୍ଦପୁର ପୋଲିସ ଏକ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପ୍ରକ୍ରିୟା ଶେଷ ହେଲେ ପ୍ରତିକ୍ରିୟା ଦେବିବୋଲି ନନ୍ଦପୁର ସସମ ଲାକ୍ରା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button