ଜାତୀୟ

ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇରେ ପହଞ୍ଚି ରାଷ୍ଟ୍ରପତି ନାହୟାନଙ୍କ ସହ କଲେ ଦ୍ୱିପାକ୍ଷିକ ବୈଠକ

ଆବୁଧାବି : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଆଜି (ଶନିବାର) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ରାଜଧାନୀ ଆବୁଧାବିରେ ପହଞ୍ଚିଛନ୍ତି । ୟୁଏଇର ଏକ ସରକାରୀ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିମାନ ବନ୍ଦରରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହୟାନ ସ୍ୱାଗତ କରିଥିଲେ ।

ଆବୁଧାବିରେ ପହଞ୍ଚିବା ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ଶକ୍ତି, ଖାଦ୍ୟ ନିରାପତ୍ତା, ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବାକୁ ଦୁଇ ନେତା ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମୟରେ ଏକ ଐତିହାସିକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇକୁ ଆସିବାର କିଛି ଘଣ୍ଟା ପୂର୍ବରୁ ୟୁଏଇ କହିଛି ଯେ, ଭାରତ ସହ ୟୁଏଇର ଅର୍ଥନୈତିକ ଭାଗିଦାରୀ ଦୁଇ ଦେଶ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ । ୟୁଏଇର ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ଡକ୍ଟର ଥାନି ବିନ୍ ଅହମ୍ମଦ ଅଲ ଜେୟୁଦି କହିଛନ୍ତି ଯେ ୨୦୩୦ ସୁଦ୍ଧା ନୂଆଦିଲ୍ଲୀ ସହିତ ଅଣ ତୈଳ ବାଣିଜ୍ୟ ୧୦୦ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Related Articles

Leave a Reply

Your email address will not be published.

Back to top button