Latest Newsଓଡ଼ିଶା

ଜବର ଦଖଲ ଉଛେଦ କଲେ ପୌର ପ୍ରଶାସନ

ଜୟପୁର : ଜୟପୁର ପୌର ପ୍ରଶାସନ ତରଫରୁ ଜବର ଦଖଲ ଉଛେଦ ହୋଇଛି  । ଲକ୍ଷ୍ମୀ ପଣ୍ଡା ଛକ ଠାରୁ ଟ୍ରାଫିକ ଛକ ଯାଏ ଜାତୀୟ ରାଜପଥ ରାସ୍ତା କଡ ଡ୍ରେନ ଉପରେ ଜବର ଦଖଲ କରି ବ୍ୟବସାୟ କରୁଥିଲେ  । ସେହି ସବୁ ଜବର ଦଖଲକୁ ଉଛେଦ କରାଯାଇଛି  । ଏହା ସହ ମୁଖ୍ୟ ରାସ୍ତାର ଜଗତ ଜନନୀ ଛକ ଯାଏ ମଧ୍ୟ ଉଭୟ ପଟେ ଦୋକାନୀମାନେ ଜବର ଦଖଲ କରି ବ୍ୟବସାୟ କରୁଥିବାରୁ ଉଛେଦ କରାଯାଇଛି  । ଏନେଇ ଉଛେଦ କରିବା ପାଇଁ ଆଗରୁ ପୌର ପ୍ରଶାସନ ତରଫରୁ ଡାକ ବାଜୀ ଯନ୍ତ୍ର ଦ୍ୱାରା ବ୍ୟବସାୟୀଙ୍କୁ ସଚେତନ ମଧ୍ୟ କରାଯାଇଥିଲା  । ବ୍ୟବସାୟ କରିବା ଦ୍ୱାରା ରାସ୍ତା ଜାମ ହେବା ସହ ଟ୍ରାଫିକ ସମସ୍ୟା ଦେଖାଯାଉଥିଲା  । ଏହାକୁ ଗୁରୁତ୍ୱ ନେଇ ପୌର ପ୍ରଶାସନ ତରଫରୁ ୨ଟି ଜେସିବି ଦ୍ୱାରା ଉଛେଦ କରାଯାଇଛି  । ଏହି ଜବର ଦଖଲ ଉଛେଦ ସମୟରେ ଜୟପୁର ପୌର କାର୍ଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ଜମାଦାର ପି ଜଗଦିଶ, ପୌର କର୍ମଚାରି, ଟାଉନ ପୋଲିସ ଉପସ୍ଥ୍ିତ ଥିଲେ  । ଆଗାମୀ ୨ ଦିନ ପରେ ମଧ୍ୟ ଜବର ଦଖଲ ଉଛେଦ କରାଯିବ ବୋଲି ପୌର କାର୍ଯ୍ୟନିବାହୀ ଅଧିକାରି ପଟ୍ଟନାୟକ ସୂଚନା ଦେଇଛନ୍ତି  ।

Related Articles

Leave a Reply

Your email address will not be published.

Back to top button