() ମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ହଜାର ହଜାର ଲୋକ । ସରବାହାଲ ହାଇସ୍କୁଲ ପଡିଆରେ ଏହାର ଆୟୋଜିତି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ନବ ସମର୍ଥକ ଯୋଗ ଦେଇଥିଲେ । ଏହାସହ ଲୋକଙ୍କ ଭଲ ପାଇବା ଦେଖି ନବଙ୍କ ପୁଅ ଝିଅ ଭାବ ବିହ୍ୱଳ ହେବ ସହ ଲୋକଙ୍କ ପାଖରେ ରୂଣୀ ବୋଲି କହିଛନ୍ତି । ଏପଟେ ବିରୋଧି ଦଳ ନେତା ଏହା ଶ୍ରଦ୍ଧାଞ୍ଜଳି ସଭା ନୁହେଁ ବରଂ ଦଳୀୟ ସଭା ବୋଲି କହି କଟାକ୍ଷ କରିଛନ୍ତି ।
ନବଙ୍କ ସ୍ମୃତିରେ ଭିଜୁଛି ଝାରସୁଗୁଡା । ଦ୍ୱାଦଶ କାର୍ଯ୍ୟରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ସମେତ ବହୁ ହେଭିୱେଟ । ଆଖିରେ ଆଖିଏ ଲୁହ ନେଇ ବାପାଙ୍କ ସ୍ୱପ୍ନକୁ କରିବାକୁ ଅଣ୍ଟା ଭିଡିଲେ ପୁଅ ଝିଅ । ଗୁରୁବାର ଥିଲା ମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶ କାର୍ଯ୍ୟ । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ସମର୍ଥକ ଯୋଗଦେଇ ନବଙ୍କୁ ଆତ୍ମାର ସଦଗତି କାମନା କରିଛନ୍ତି । ସରବାହାଲ ହାଇସ୍କୁଲ ପଡିଆରେ ଏହାର ବଡ ଆୟୋଜନ କରାଯାଇଥିଲା ।
ଆଖିରେ ଲୁହ ଓ ଛାତିରେ କୋହକୁ ନେଇ ସମସ୍ତେ ନବଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନବଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏପଟେ ହଜାର ହଜାର ଲୋକଙ୍କ ସ୍ୱଇଚ୍ଛାରେ ଏଠାକୁ ଆସିବା ବାପାଙ୍କ ପ୍ରତି ଲୋକଙ୍କ ଭଲ ପାଇବାକୁ ଦର୍ଶାଉଛି ବୋଲି କହିଛନ୍ତି ନବ ଦାସଙ୍କ ପୁଅ । ସେହିପରି ବାପାଙ୍କ ଅଧୁରା ସ୍ୱପ୍ନ ପୁରଣ ପାଇଁ ଜିଲ୍ଲାବାସୀଙ୍କ ଆଶିର୍ବାଦ ଆବଶ୍ୟକ କହିଥିଲେ ଝିଅ ଦିପାଲୀ।
ସେପଟେ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ନୁହେଁ, ଦଳୀୟ ସଭା ବୋଲି କହିଛନ୍ତି ବିରୋଧି ଦଳ ନେତା । ବିଜେଡି ତାର ଶକ୍ତି ପ୍ରଦର୍ଶନ ପାଇଁ ଡ୍ରାମା କରୁଛି । ଜଣଙ୍କର ମୃତ୍ୟୁର ୧୨ ଦିନରେ ରାଜନୈତିକ ସଭା କରିବା ଉଚିତ ଲାଗୁନାହିଁ କହି କଟାକ୍ଷ କରିଛନ୍ତି । ଏପଟେ ବରଗଡ ସାଂସଦ ସୁରେଶ ପୁଜାରୀ ନବଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଛନ୍ତି । ନବ ଦାସ ମନ୍ତ୍ରୀ ଓ ସେ ସାଂସଦ ହେଲା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢିବା ସହ ଅଂଚଳର ଉନ୍ନତି ପାଇଁ ଉଭୟ ପ୍ରୟାସ କରୁଥିଲେ ବୋଲି କହିଛନ୍ତି ।
ନବ ଦାସଙ୍କ ଶୁଦ୍ଧକ୍ରିୟା ଶେଷ ହୋଇଛି ସତ । ହେଲେ ଏଯାଏଁ ସାମ୍ନାକୁ ଆସିପାରୁନି ହତ୍ୟା ପଛର କାରଣ । ଯାହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି । ଏମିତି କି ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ବିବାଦ ବଢୁଛି । ହେଲେ ଆଗକୁ ତଦନ୍ତର ଦିଗ କୁଆଡେ ଯାଉଛି ତାହାରି ଉପରେ ଏବେ ସଭିଙ୍କ ନଜର।
ଝାରସୁଗୁଡାରୁ ସନ୍ତୋଷ ମିଶ୍ର ଓ ଭୁବନେଶ୍ୱରରୁ ନବ କିଶୋର ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now