କେନ୍ଦୁଝରରେ ଥମୁନି ଦନ୍ତାହାତୀର ଉପଦ୍ରବ : ପୁଣି ୪ ଜଣ ଗୁରୁତର

Spread the love

କେନ୍ଦୁଝର : କେନ୍ଦୁଝରରେ ଥମୁ ନାହିଁ ଗୋଠଛଡା ଦନ୍ତା ହାତୀର ଉପଦ୍ରବ । ଆଜି ପୁଣି ଦନ୍ତା ହାତୀର ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ଏ ମାନଙ୍କୁ ପୃଥକ ପୃଥକ ଭାବେ ଆକ୍ରମଣ କରି ଆହତ କରିଛି ଦନ୍ତାହାତୀ । ଆହତ ୪ ଜଣଙ୍କ ମଧ୍ୟରୁ ୨ ଜଣ ଅଧିକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ତେଲକୋଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବିମଳା ଫରେଷ୍ଟ ବିଟ ରେ ଘଟିଛି । ଏହି ଗୋଠ ଛଡା ଦନ୍ତାହାତୀ ଆକ୍ରମଣରେ କୁଣ୍ଡେଇହତା ଗ୍ରାମର ହେମନ୍ତ ସେଠୀ ଓ ମଲଣ୍ଡା ଗ୍ରାମର ଚୁଲିଆ ମୁଣ୍ଡା ଗୁରୁତର ହୋଇଥିବା ବେଳେ କୁଣ୍ଡେଇହତା ଗ୍ରାମର ହେମନ୍ତ ସେଠୀ ଓ ଦ୍ୱିତୀକୃଷ୍ଣ ଦେହୁରୀ ଓ ଗୋପୀ ଦେହୁରୀ ଆହତ ହୋଇଛନ୍ତି । କୁଣ୍ଡେଇହତା ଗ୍ରାମରୁ ଗୋପୀନାଥପୁରକୁ କିଛି ଲୋକ କେନ୍ଦୁପତ୍ର ବାନ୍ଧିବାକୁ ଯାଉଥିବା ବେଳେ ହଠାତ୍ ଗୋଠ ଛଡା ଦନ୍ତାହାତୀଟି ରାସ୍ତା ଉପରୁ ଚାଲିଆସି ସେମାନଙ୍କୁ ଗୋଡାଇଥିଲା । ଫଳରେ ଜଣେ ଗୁରୁତର ହେବା ସହ ଦୁଇଜଣ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ହେମନ୍ତ ସେଠୀଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନରୁପ ଭାବେ ବିମଳା ଫରେଷ୍ଟ ବିଟ ମଲଣ୍ଡା ଗ୍ରାମର ଚୁଳିଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କୁ ଜଙ୍ଗଲକୁ ଯାଉଥିବା ବେଳେ ତଇଲାସାହୀ ଜଙ୍ଗଲ ନିକଟରେ ସ୍ତ୍ରୀ ସାମ୍ନାରୁ ସ୍ୱାମୀକୁ ଟାଣି ନେଇ କଚାଡି ଦେଇଥିଲା ଦନ୍ତା ହାତୀଟି । ଫଳରେ ଚୁଳିଆ ମୁଣ୍ଡା ଗୁରୁତର ହୋଇ ପଡିଥିଲା । ଖବର ପାଇ ବନ କର୍ମଚାରୀ ମାନେ ତାଙ୍କୁ ନେଇ ମେଡିକାଲରେ ଭର୍ତି କରିଛନ୍ତି ।

Leave a Reply

Your email address will not be published. Required fields are marked *