ଖୋର୍ଦ୍ଧା : ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସାନ୍ତରାପୁରରେ ।
ସୂଚନା ମୁତାବକ, ସାନ୍ତରାପୁର ସହିଦ ନଗର ବାସିନ୍ଦା ବାବୁ ପଣ୍ଡାଙ୍କ ପତ୍ନୀ ଟିକିନି ପଣ୍ଡା (୩୫) ସୋମବାର ସକାଳେ ନିକଟସ୍ଥ ମଙ୍ଗେଇ ପୋଖରୀରେ ଗାଧୋଉଥିଲେ। ତେବେ ଗାଧୋଇବା ସମୟରେ ଅସାବଧାନତାବଶତଃ ତାଙ୍କର ଗୋଡ ଖସି ଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ। ସେଠାରେ ଗାଧୋଉଥିବା ଅନ୍ୟ ଜଣେ ମହିଳା ଏହା ଦେଖି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ସ୍ଥାନୀୟ ଲୋକେ ପୋଖରୀ ମଧ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ ଟିକିନିଙ୍କ କୌଣସି ପତ୍ତା ପାଇନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମହିଳାଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ବାଲୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now