ବିଶ୍ୱ ଆର୍ଟ ଅଫ୍ ଗିଭିଂ ଡେ ପାଳିତ

Spread the love

ମାଲକାନଗିର : ଲାଲଗଡ଼ ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ହିଂସା ଛାଡି ଅହିଂସାର ପଥକୁ ଅପଣାଇ ଥିବାରୁ ସେମାନଙ୍କୁ ବିଶ୍ୱ ଆର୍ଟ ଅଫ ଗିଭିଂ ଡେରେ ସମ୍ମାନିତ କରାଯାଇଛି ।ଜୀବନ ଜୀଇଁବା ପାଇଁ ସଂଘର୍ଷ କରୁଥିବା ଲୋକଟି ବିଷୟରେ ଭାବିବା କାହା ପାଖରେ ସମୟ ନାହିଁ । ଏତିକିବେଳେ ଆର୍ଟ ଅଫ ଗିଭିଂ ର ପ୍ରୟାସ ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆର୍ଟ ଅଫ ଗିଭିଂ ଅର୍ଥ ଦୟା ଏବଂ ଉଦାରତା ମାଧ୍ୟମରେ ଅନ୍ୟକୁ ଖୁସି ଦେବାର ଅନୁଭବ । କିସ କିଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ରେ ଆର୍ଟ ଅଫ ଗିଭିଂ ଆଜି କୁ୧ ୦ ବର୍ଷ ପୂର୍ତି ହୋଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ଧୁମ ଧାମରେ ବିଶ୍ୱ ଆର୍ଟ ଅଫ ଗିଭିଂ ଡେ ପାଳିତ ହୋଇ ଯାଇଛି । ଜିଲ୍ଲାର ୭ଟି ବ୍ଲକର ୧ ୮ଟି ସ୍ଥାନରେ ଏଗାର ଶହ ଲୋକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଆର୍ଟ ଅଫ ଗିଭିଂ କୀଟ ଦେଇ ସମ୍ମାନିତ କରାଯାଇଛି । ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏଏସ୍‌ପି ବଳଭଦ୍ର ଦୀପ ଆତ୍ମସମର୍ପଣ କରିଥିବା ମାଓବାଦୀ, ଟ୍ରାଫିକ ପୋଲିସ ଏବଂ ହୋମ ଗାର୍ଡଙ୍କୁ ସମ୍ମାନିତ କରିଥିଲେ । ଦଣ୍ଡ୍ୟକାରଣ ଖେଳ ପଡିଆରେ ଅଟୋ ଡ୍ରାଇଭର ଏବଂ ଭିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାରର ସୁଇପର, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସଂଧ୍ୟାରାଣୀ ପଟ୍ଟନାୟକ, ଶିବପ୍ରସାଦ ମହାରଣା ସମ୍ମାନିତ କରିଛନ୍ତି । ଆଓମା ଗୁରୁକୁଳରେ ଏକ ସଭା ଆୟୋଜନ କରାଯାଇଥିଲା । ମୁଖ୍ୟଅତିଥିମାନେ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଛନ୍ତି । ଏଥିପାଇଁ ଅନେକ ସମାଜସେବୀ ସଙ୍ଗଠନ ଏବଂ ବିଭିନ୍ନ ଅନୁଷ୍ଠାନ ସାହାଯ୍ୟର ହାତ ବଢ଼ାଇ ଥିଲେ ।ଏହି କାର୍ଯ୍ୟକ୍ରମ କୁ ମାଲକାନଗିରି ଜିଲ୍ଲା କିସ ବରିଷ୍ଠ ସଂଯୋଜକ ରମ୍ୟ ରଞ୍ଜନ ପରିଡା ପରିଚାଳନା କରିଥିବା ବେଳେ ଜିଲ୍ଲା କିସ ସହ ସଂଯୋଜକ ଉତମ ସାହା, ଜିଲ୍ଲା ଆର୍ଟ ଅଫ ଗିଭିଂ ସଭାପତି ସୁଶାନ୍ତ ସାମଲ, ଉପ ସଭାପତି ବିନାଶ ମିଶ୍ର, ଶ୍ୟାମ ନାୟକ, ରବି ରାଜେଶ, ଲବ ସାହୁ, ସନ୍ତୋଷ ନାୟକ, କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ପ୍ରସାଦ ନାୟକ ଏବଂ ଜିଲ୍ଲା କିସ କିଟ ଅଭି ଭାବକ ସଂଘ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *