ବଙ୍ଗ ଜଳିଲେ ଓଡ଼ିଶା ଜଳିବ- ମମତା

ପଶ୍ଚିମବଙ୍ଗରେ ଅଶାନ୍ତି ଓ ଅରାଜକତା ସୃଷ୍ଟି ଲାଗି ବିଜେପି ନିରନ୍ତର ଉଦ୍ୟମ କରୁଛି। ଏହାକୁ ବରଦାସ୍ତ କରାଯିବନି ବୋଲି ଟିଏମସିର ପ୍ରତିଷ୍ଠା ଦିବସରେ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ସହ କହିଛନ୍ତି ଯଦି ବଙ୍ଗ ଜଳୁଛି। ଏହା ପରେ ଆସାମ, ୟୁପି, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଦିଲ୍ଲୀ ବି ଜଳିବ। ଦିଦିଙ୍କ ଏଭଳି ଖୋଲା ଆହ୍ୱାନ ରାଜନୀତିକୁ ଘମାସାନ କରିଛି। ପ୍ରତିଶୋଧ ରାଜନୀତି କରେନା। ଅଶାନ୍ତି ଚାହେଁନା। ଚୌକି ଲୋଭରେ ମାତି ବିଜେପି ଯେଉଁ ସ୍ତରକୁ ଯାଉଛି, ଆଉ ବରଦାସ୍ତ କରିହେବନି। କିନ୍ତୁ ଏବେ ସମୟ ଆସିଛି, ବିଜେପିର ଚକ୍ରାନ୍ତକୁ କଡ଼ା ଜବାବ ଦେବି। ଏ ସନ୍ଦର୍ଭରେ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଆବଶ୍ୟକୀୟ ଆକ୍ସନ ନେବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଖୋଲା ଧମକ ବଙ୍ଗର ନାଗରିକଙ୍କୁ ବିପଦରେ ପକାଇବ ଓ ସମ୍ୱିଧାନକୁ ଅସମ୍ମାନ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *